ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ବନ୍ୟାଜଳରେ ଧୋଇନେଲା ଟିର୍ଲିଆମକୁ ସଂଯୋଗ ରାସ୍ତା, ଯାତାୟାତରେ ହୀନସ୍ତା ହେଉଛନ୍ତି ବନବାସୀ

ପ୍ରଥମ ବନ୍ୟାଜଳରେ ଧୋଇନେଲା ଟିର୍ଲିଆମକୁ ସଂଯୋଗ ରାସ୍ତା, ଯାତାୟାତରେ ହୀନସ୍ତା ହେଉଛନ୍ତି ବନବାସୀ

କୋକସରା,୧୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଓ ବରାଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ରହିଛି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ। ଜାତୀୟ ରାଜପଥ ୨୬ ଆମପାଣି ଘାଟି ଦେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଆମପାଣି ପଞ୍ଚାୟତର ଟିର୍ଲିଆମ ଓ ବରାଡ଼ଙ୍ଗା ପଞ୍ଚାୟତ ର ଗାଈବନ୍ଧା, ସାଇକେଲ ବରଗଛ ଭଳି ଆଦିବାସୀ ଜନଜାତି ବସବାସ କରୁଥିବା ବଣ ପାହାଡ଼ ଘେରା ଗାଁ। ତେବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ ଗୁଡିକୁ ପକ୍କା ରାସ୍ତା ନାହିଁ । ଜଙ୍ଗଲ ରାସ୍ତା ଦେଇ ଆବୁଡା ଖାବୁଡା ମାଟି ରାସ୍ତା ରହିଛି। ବର୍ଷର ଖରା, ଶୀତ ଓ ଅନ୍ୟ ଦିନରେ ଯେ କୌଣସି ପ୍ରକାରେ ବନବାସୀ ମାନେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ଆସିଲେ ଏହି ବନବାସୀ ମାନଙ୍କୁ ରାସ୍ତାରେ ଯାତାୟାତ ପାଇଁ ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି। ଯେ କୌଣସି ନିତିଦିନିଆ କାମ ହେଉ ଅବା ପଂଚାୟତକୁ ପିଡ଼ିଏସ ସାମଗ୍ରୀ ହେଉ, ଦୋକାନ ବଜାର, ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଆମପାଣି କିମ୍ବା କୋକସରା ବ୍ଲକକୁ ଗ୍ରାମବାସୀଙ୍କୁ ନିତି ଆସିବାକୁ ପଡୁଥିବା ବେଳେ ବର୍ଷା ଦିନରେ ବାଟରେ ପଡୁଥିବା ନାଲାରେ ବର୍ଷା ଜଳ ପ୍ରବାହିତ ହେଉଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଗତ ୨୦୨୩ ରେ ଏହି ନାଲା ଉପରେ ୫ଲକ୍ଷ ଟଙ୍କା ଅନୁଦାନରେ ଏକ ପୋଲ ନିର୍ମାଣ କରାଯାଇଥିଲା। ତେବେ ସ୍ଥାନୀୟ ଠିକାଦାର ଜଣକ ପୋଲ ଉପରେ କଂକ୍ରିଟ କାମ ନକରି ମେଟାଲ, ମୁରୁମ କାମ ସାରି ଦେଇଥିବା ଜଣାପଡିଛି। ଏଣୁ ଚଳିତ ବର୍ଷ ପ୍ରଥମ ବନ୍ୟାଜଳରେ ପୋଲ ଉପର ରାସ୍ତା ଧୋଇ ଯାଇଛି ଓ ଏହି ନାଲା ଚିରସ୍ରୋତା ହୋଇଥିବା ବେଳେ ନାଲା ଉପରେ ବର୍ଷ ତମାମ ପାଣି ପ୍ରବାହିତ ହେଉଥିବା କାରଣରୁ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ୩ ଖଣ୍ଡ ଗ୍ରାମର ଜନ ସାଧାରଣ। ଏନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଆସନ୍ତା ଏକ୍ସନ ପ୍ଲାନରେ ଏହି ପୋଲ ରାସ୍ତା ନିର୍ମାଣ ପାଇଁ ଅନୁଦାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶିକ୍ଷା ଜୀବନକୁ ଶୃଙ୍ଖଳିତ କରେ – ଅତଡ଼ା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ସମ୍ବୋଧିତ କଲେ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି

Sunil Chandra Nayak

ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ଜମି ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ ନେଇ ଜେଏମଏମ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

ନେତାଜୀ ଜୟନ୍ତୀ ଓ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!