ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାବା ସିଦ୍ଧେଶ୍ବର ମନ୍ଦିର ରେ ଶ୍ରାବଣୀ ପୂଜା ଓ ରୁଦ୍ରାଭିଷେକ ମହାସମାରୋହରେ ଅନୁଷ୍ଠିତ 

ବାବା ସିଦ୍ଧେଶ୍ବର ମନ୍ଦିର ରେ ଶ୍ରାବଣୀ ପୂଜା ଓ ରୁଦ୍ରାଭିଷେକ ମହାସମାରୋହରେ ଅନୁଷ୍ଠିତ 

ମୟୂରଭଞ୍ଜ -୧୮/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ସନ୍ନିକଟ ଦୁବୁଲାଵେଡା ରାଜସ୍ବ ଗ୍ରାମର ଵିକାନଗର ପଡା ଗ୍ରାମର ସ୍ଥାପିତ ବହୁ ପୁରାତନ ଶୈବ ପୀଠ ପରିସରରେ ସିଦ୍ଧେଶ୍ବର ମନ୍ଦିର କମିଟି,ବିକାଶନଗର ଆନୁକୁଲ୍ୟରେ ଶ୍ରାବଣୀ ପୂଜା ତଥା ରୁଦ୍ରାଭିଷେକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।

 ଦେଵ ଦେଵ ମହାଦେବ ହେଉଛନ୍ତି ଶିବ ।ଶ୍ରାବଣ ମାସ ହେଉଛି ଶିବଙ୍କର ଅତି ପ୍ରିୟ ମାସ ।ଶ୍ରାବଣ ମାସ ହେଉଛି ଧର୍ମର ମାସ ।ଏହି ମାସରେ ପୂଜା,ଦାନ, ଜପ,ତପ,ଧର୍ମ କଲେ ବହୁ କୋଟି ପୂଣ୍ୟ ମିଳିଥାଏ ।

 ଆଜି ମନ୍ଦିର କମିଟି ତରଫରୁ ମନ୍ଦିରକୁ ସକାଳେ ଧୁଆଧୋଇ କରି ବିଶିଷ୍ଟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଯୋଗୀଙ୍କ ଦ୍ଵାରା ରୁଦ୍ରାଭିଷେକ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇଥିଲା ।ଵିଷ୍ନପ୍ରସାଦ ଜେନା ଓ ତାଙ୍କ ସହଧର୍ମିଣୀ ଅର୍ଥାଭାବରେ ଦାୟିତ୍ଵ ନିଭାଇଥିଲେ । ପୂର୍ବାହ୍ନ ୯.୩୦ ରେ ସୂର୍ଯ୍ୟ ପୂଜା,ଗୋ ପୂଜା, ଯଜ୍ଞ, ଷୋଡ଼ଶ ମାତୃକା ପୂଜନ,ନନ୍ଦୀ ଭୃଙ୍ଗୀ ପୂଜା, ବାବାଙ୍କ ଅଭିଷେକ ପୂଜନ,ଶୋଧନ ,ରୁଦ୍ର ପାଠ,ମନ୍ତ୍ର ଉଚ୍ଚାରଣ ,ହବନି,ଭୋଗଲାଗି, ପୁଷ୍ପାଞ୍ଜଳି ପୂଜନ,କାର୍ଯ୍ୟ ପୂଜା ରୀତିନୀତି ଅନୁସାରେ ସଂପନ୍ନ ହୋଇଥିଲା ।ପରେ କମିଟି ତରଫରୁ ଆୟୋଜିତ ହୋଇଥିବା ଅନ୍ନପ୍ରସାଦ ପୂଜା କାର୍ଯ୍ୟ ରେ ଯୋଗ ଦେଇଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରା ଯାଇଥିଲା । ଓଁ ନମଃ ଶିଵାୟଃ ମନ୍ତ୍ର ଉଚ୍ଚାରଣରେ ସମଗ୍ର ବିକାଶନଗରରେ ଏକ ଭକ୍ତିମୟ ପରିଵେଶ ହୋଇଥିଲା ।ସମସ୍ତେ ସିଦ୍ଧେଶ୍ବର ବାବାଙ୍କ ଆଶୀର୍ବାଦ ନେଇ ଘରକୁ ଫେରିବା ମନ୍ଦିର କମିଟିର ଏଭଳି ଆଧ୍ୟାତ୍ମିକ ଧାର୍ମିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଶ୍ଵଶାନ୍ତି ପାଇଁ ନାମଯଜ୍ଞ, ସାତ ଖଣ୍ଡ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଙ୍କ ସହଯୋଗ

Sunil Chandra Nayak

ଅମ୍ବାଦୁଲା ରେ ଟୋକି ପର୍ବ ପାଳିତ

Sunil Chandra Nayak

ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ। 

Sunil Chandra Nayak

Leave a Comment

error: Content is protected !!