ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିବିର ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିବିର ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା :୧୫/୦୮ : ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏନ୍ ଏସ୍ ଏସ୍ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ ଦନସନା, ମିସ୍ ରୋଜ ମେରି ରୋସ୍ମିତା ଏକ୍କା, ଡ. ପ୍ରିୟରଞ୍ଜନ ବେହେରା ଙ୍କ ସହଯୋଗରେ ଏନ୍ ଏସ୍ ଏସ୍ ର ତିନିଗୋଟି ସ୍ଵତନ୍ତ୍ର ଶିବିର ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ମାନଙ୍କରେ ୫୦ ଜଣ ଲେଖାଏଁ ସ୍ୱେଚ୍ଛାସେବୀମାନଙ୍କୁ ନେଇ ମୋଟ ୧୫୦ ଜଣ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ତା; ୧୫-୦୮-୨୦୨୪ ରିଖ ଠାରୁ ତା; ୨୧-୦୮-୨୦୨୪ ରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଶିବିର ମାଧ୍ୟମରେ ସ୍ଵେଚ୍ଛାସେବୀ ମାନେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ “ ଗଛଟିଏ ମାଆଙ୍କ ନାମରେ” କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଏନ୍ ଏସ୍ ଏସ୍ ଦ୍ଵାରା ପୋଷ୍ୟ ଗ୍ରାମ୍ୟ, ସହରର ଖାଲି ପଡ଼ିଥିବା ସରକାରୀ ସ୍ଥାନ ମାନଙ୍କରେ ୨୦୦୦ ରୁ ଅଧିକ ବୃକ୍ଷରୋପଣ କରିବା ଲାଗି ସ୍ଵେଚ୍ଛାସେବୀମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଶିବିରକୁ ମୁଖ୍ୟ ଅତିଥିଭାବେ କୁଳପତି କର୍ଣ୍ଣେଲ ପ୍ରଫେସର ସଂଜୟ କୁମାର ଶତପଥି ଉଦ୍‌ଘାଟନ କରିବା ସହିତ ସମାଜରେ ବଞ୍ଚିରହିଵା ପାଇଁ ଧରିତ୍ରୀମାତା ଠାରୁ କୋଟି କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ, ଅମ୍ଳଜାନ, ଜଳ, ଫଳ, ପୁଷ୍ପ, ମାଧ୍ୟମର ଗ୍ରହଣ କରିଥିବା ଋଣକୁ କିଛି ମାତ୍ରାରେ ପରିଶୋଧ କରିବା ସହିତ ଜଲବାୟୁ ପରିବର୍ତ୍ତନର କୁପ୍ରଭାବ କୁ ରୋକିବା ଲାଗି ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ମେଜର ଡ. ଜୟଦେବ ସାହୁ, ଡ. କୈଳାସ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଅଭିଷେକ ମହାପାତ୍ର,ଶାଶ୍ୱତ ଦାନି, ଲୋହିତ ସାହୁ, ଯୁବେଦା ଖାତୁନ୍, ସମୃଦ୍ଧି ନାୟକ, ତୁଷାର ଶର୍ମା, ଜ୍ୟୋତିରାଣୀ ବିଷି, ନିଶା ସାହୁ, ସ୍ମୃତିଲତା ପ୍ରଧାନ, ପ୍ରମୁଖ ସ୍ୱେଚ୍ଛାସେବୀ ଅଗ୍ରଣୀ ଭୂମିକା ଲିଭାଇଥିବା ବେଳେ ଏନ୍ ଏସ୍ ଏସ୍‌ର ଆଲୁମିନି ଭାବେ ଦୀପକ ବେହେରା, ପ୍ରତ୍ୟୁଷ ବାଣୁଆ ଏହି ଶିବିରରେ ସାମିଲ ହୋଇଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ   ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

masiha

ଭୁର୍ଷାଗୁଡା ମତଦାନ କେନ୍ଦ୍ର ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଭୁର୍ଷାଗୁଡା ଗ୍ରାମବାସୀ

masiha

ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ବୃଦ୍ଧ ମୃତ

Leave a Comment

error: Content is protected !!