ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ 

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ 

ମୟୂରଭଞ୍ଜ- ୨୦/୦୮ ( ମସିହା)ଆଧୁନିକ ଭାରତର ନବ ନିର୍ମାତା ହେଉଛନ୍ତି ଭାରତ ରତ୍ନ, ସୂଚନା କ୍ରାନ୍ତିର ଜନକ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିନ ।ସେହି ମହାନ ଜନ ନାୟକ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିନ ରାଇରଙ୍ଗପୁର କଂଗ୍ରେସ କାର୍ଯ୍ୟାଳୟରେ ଆଜି ଦଳୀୟ କର୍ମୀ ଙ୍କ ଦ୍ଵାରା ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ବସନ୍ତ ପଟନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସ୍ବର୍ଗତ ରାଜୀବ ଗାନ୍ଧି ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନେତୃବୃନ୍ଦ କହିଥିଲେ ସବୁ ଜାତି, ଧର୍ମ,,ବର୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି , ସ୍ନେହ, ଏବଂ ସାଂପ୍ରଦାୟିକ ସୌନ୍ଦର୍ଯ୍ୟକୁ ଉତ୍ସାହିତ କରି ଭାରତକୁ ବିଶ୍ବରେ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ରାଜୀବ ଗାନ୍ଧୀ ।ସଦଭାବନା ମାଧ୍ୟମରେ ରାଷ୍ଟ୍ରର ଆଧୁନିକୀକରଣ ତଥା ବିକାଶ ପଥ ଖୋଲି ପାରିବ ବୋଲି ଚିନ୍ତା କରି ଦେଶବାସୀଙ୍କୁ ସେହି ବାଟେ ଚାଲିବା ପାଇଁ ସେ ସଦା ସର୍ବଦା ଉତ୍ସାହିତ କରିଥିଲେ ।୨୦୦୮ ମସିହାରୁ ଅଗଷ୍ଟ ୨୦ ରେ ତାଙ୍କ ଜନ୍ମ ଦିନକୁ ସଦଭାବନା ଦିବସ ଭାବରେ ପାଳନ କରାଯାଉଛି । ନିର୍ବାଚନରେ ୨୧ ବର୍ଷରୁ ୧୮ ବର୍ଷକୁ କମାଇବା ହେଉ କି ପଞ୍ଚାୟତ ରାଜ୍ୟରେ କ୍ଷମତା ବିକେନ୍ଦ୍ରୀକରଣ ରେ ଯୁବ ବର୍ଗଙ୍କୁ ଶାସନକାଳରେ ଅଧିକ ସାମିଲ କରିବାର ଶ୍ରେୟ ରାଜୀବ ଗାନ୍ଧୀଙ୍କୁ ଦିଆଯାଏ ।ତଦସହ ଵାୟୋ ଗ୍ୟାସ,, ସୋଲାର ଶକ୍ତି,ପବନ ପାଓ୍ଵାର ଭଳି ଅକ୍ଷୟ ଶକ୍ତିର ବ୍ୟବହାରକୁ ସେ ଗୁରୁତ୍ବ ଦେଇଥିଲେ । ତେଣୁ ତାଙ୍କ ଜନ୍ମ ବାର୍ଷିକୀ କୁ ଅକ୍ଷୟ ଉର୍ଜ୍ବା ଦିବସ ଭାବରେ ମଧ୍ୟ ପାଳନ କରାଯାଏ । ସେହିଭଳି ଦେଶରେ କମ୍ପ୍ଯୁଟାରାଇଜେସନ ଏବଂ ଟେଲି କମ୍ୟୁନିକେସନ କ୍ଳାନ୍ତିର ଶ୍ରେୟ ମଧ୍ୟ ତାଙ୍କୁ ଦିଆଯାଏ ।୧୯୯୧ ମସିହା ମେ ୨୧ ରେ ତାମିଲନାଡୁର ଶ୍ରୀପେରାମ୍ବୁନ୍ଦୁଠାରେ ଏକ ଭାଷଣ ଦେବା ସମୟରେ ଏଲଟିଟିଇ ଆତଙ୍କୀଵାଦୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା ।ସେ ମରିଥିଲେ ବି ତାଙ୍କର ବାକ୍ୟ ଦେଶବାସୀ ତଥା ଯୁଵର୍ଗଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ଓ ନେତୃତ୍ବ ନେବାକୁ ପ୍ରୋତ୍ସାହିତ କରିଥାଏ ।ଏହି ଜୟନ୍ତୀ ଅଵସରରେ ନଗର ସଭାପତି ଅଶୋକ ଅଗ୍ରୱାଲ,ରୁପକ ମହାନ୍ତି,ଲଳିତ ମହାନ୍ତ,କିଶୋର ମହାନ୍ତ,ଅମର ମହାନ୍ତ,ରାଜ କୁମାର ଗିରି,ରଜତ ମହାନ୍ତି,ସେକ୍ ମତଲିବ, ଦେବାଶିଷ ପାତ୍ର,ଜମ୍ବୁ ପରିଡ଼ା ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

Sunil Chandra Nayak

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!