ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଳ କାଠ ସହ ଗାଡ଼ି ଜବତ,ଜଣେ କୋର୍ଟ ଚାଲାଣ

ଶାଳ କାଠ ସହ ଗାଡ଼ି ଜବତ,ଜଣେ କୋର୍ଟ ଚାଲାଣ

ମ,ରାମପୁର,୨୧/୮( ମସୀହା):- କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ,ରାମପୁର ରେଞ୍ଜ ର ଅରସକୁପା ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଗାଡ଼ି ଜବତ ସହ ଜଣେ ଗିରଫ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋ ପିକ୍ ଅଫ୍ ଭ୍ୟାନ୍( ଓଡି ୦୩ ୱାଇ ୦୬୯୮) ଆଉ ଏକ ପଲ୍ସର ବାଇକ( ଓଡ଼ି ୦୩ ଏ ଏ ୫୦୯୮ ) ବନ ବିଭାଗ ଜବତ କରିଥିଲେ । ଏହି ଘଟଣା ରେ ବଲାଙ୍ଗୀର ଜିଲ୍ଲାର ସଇଁତଳା କମଳ ଲୋଚନ ଦୋରା(୨୫) ଙ୍କୁ କେଶ୍ ନମ୍ବର୍ ଏମ୍ ଆର୍ ୧୨୭/୨୪-୨୫ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଏ ସି ଏଫ୍ ଅସିତ୍ କୁମାର ଦାସ ଙ୍କ ନିର୍ଦେଶ ରେ ମୋହନ ଗିରି ବନ ପାଳ ଯଶୋବନ୍ତ ପାତ୍ର, ମାଣିକେରା ବନ ରକ୍ଷୀ ଗୋପୀନାଥ ନାଏକ, ଅରସକୁପା ବନରକ୍ଷୀ ସୁମତି ରାଉତ୍, ସ୍କ୍ୱାର୍ଡ ନବୀନ ପୁଟା, ମେଘନାଦ ପଧାନ, ସୁବାସ ନାଗ ପ୍ରମୁଖ ସାମିଲ ଥିଲେ । ୪୧ ଖଣ୍ଡ ଜବତ ଶାଳ କାଠ ର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।

ମଦନପୁର -ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମଦନପୁର ରାମପୁର ସବ୍ ଜେଲ ରୁ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ ୧୦୦ ଲିଟର ଦେଶୀମଦ ସମେତ ଦୁଇ ବାଇକ୍ ଜବତ !!!

Sunil Chandra Nayak

ଆନ୍ତଃରାଜ୍ୟ ୬ ଦକାୟତ ଗିରଫ

Leave a Comment

error: Content is protected !!