ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା ,

ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

“ମୁଇଁ କିରିଆ ପାରି କରି କହୁଛେ, ନବରଙ୍ଗ ପୁର ରେଳଲାଇନ୍ ଧରମଗଡ ହି କରି ହିଁ ଯିବା” ଏହା କହିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ।

ଆଜି ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ସାଂସଦ ବଳଭଦ୍ର ମାଝୀ ଙ୍କୁ ଧର୍ମଗଡ ନାଗରିକ ମଞ୍ଚ ପକ୍ଷ ରୁ ଏକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସିଟିଯେନ ଫୋରମ୍ ର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଶୀ , ବିଜେପି କେନ୍ଦ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର, ଧର୍ମଗଡ ନଗର ପାଲ ଅଶୋକ ମହାନ୍ତି , ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସର ରେ ଜୁନାଗଡ ଠାରୁ ନବରଙ୍ଗ ପୁର କୁ ସମ୍ପ୍ରସାରିତ ହେଉ ଥିବା ନୂତନ ରେଳ ଲାଇନ କୁ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ଧର୍ମଗଡ ସହର ଠାରୁ ୭ କିମି ମଧ୍ୟ ରେ କରିବାକୁ ଉପସ୍ଥିତ ଜନ ସାଧାରଣ ସାଂସଦ ଶ୍ରୀ ମାଝୀ ଙ୍କୁ ଅନୁରୋଧ କରିଥିଲେ । ଉପସ୍ଥିତ ଲୋକ ଙ୍କ ଭାବାବେଗ କୁ ଦେଖି ସାଂସଦ ଶ୍ରୀ ମାଝୀ ଏହି ଘଟଣା ବିଷୟ ରେ କଳାହାଣ୍ଡି ସାଂସଦ ମାଲବିକା ଦେଓ,ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଓ ସର୍ବୋପରି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ସହିତ ଆଗରୁ ଆଲୋଚନା କରି ସାରିଛନ୍ତି । ଧର୍ମଗଡ ସହର ଠାରୁ ୭ କିଲୋମିଟର ମଧ୍ୟ ରେ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ହେବ ବୋଲି ସେ ପ୍ରତିଜ୍ଞା କରିଥିଲେ । ଏହି ଘୋଷଣା ଶୁଣିବା ପରେ ମଞ୍ଚାସିନ ଅତିଥି ଓ ଉପସ୍ଥିତ ଜନ ସାଧାରଣ ଙ୍କ ମଧ୍ୟ ରେ ଧର୍ମଗଡ ସହର ର ୭କିମି ମଧ୍ୟ ରେ ପ୍ରସ୍ତାବିତ ରେଳ ଷ୍ଟେସନ ହେବ ବୋଲି ଆଶା ସଞ୍ଚାର ହୋଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଓକିଲ ସଂଘ,ସାମ୍ୱାଦିକ ସଂଘ,ବ୍ୟବସାୟୀ ସଂଘ, ଅଲ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେଶନ, ଶିକ୍ଷକ ସଂଘ, ମାରୱାଡି ମହିଳା ସମିତି, ସମେତ ଅନ୍ୟାନ୍ୟ ସଙ୍ଗଠନ ର ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଲକ୍ଷ୍ମୀକାନ୍ତ ବାଗ ପରିଚାଳନା କରି ଥିବା ବେଳେ ବଙ୍କିମ ଚନ୍ଦ୍ର ସାଗର ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

masiha

ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତା ଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘର ଶୋକସଭା

masiha

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!