ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

ତାଳୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ଶନିବାର ଖଇରପଦର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଲକାରି ଯୋଜନା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି, ପ୍ରଜ୍ଞାପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସହାୟକ ଯନ୍ତ୍ରୀ, ଶ୍ରୀ କରୁଣାକର ମୁର୍ମୁ, ଅତିରିକ୍ତ ତହସିଲଦାର ଶ୍ରୀ ଅଜିତ କୁମାର ମହନ୍ତ, ସୁପେରଭାଇଜର, ବରିଷ୍ଠ ଓକିଲ ଶ୍ରୀମତୀ ସଂଯୁକ୍ତା ପଣ୍ଡା, ସରକାରୀ ଓକିଲ, ଶ୍ରୀ ବିବତ୍ସ ନେଗୀ, ରିଟେନର ଶ୍ରୀ ତୁଷାର ରଞ୍ଜନ ନାଏକ,ପଞ୍ଚାୟତ ନିର୍ବାହୀ ଅଧିକାରୀ ହୋମରାଜ ନାଏକ , ପ୍ରଧାନ ଶିକ୍ଷକ ଶ୍ରୀ ଧ୍ରୁବ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା ଓ ସେବା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଉପସ୍ଥିତ ଥିବା ଅନ୍ୟ ବକ୍ତାମାନେ ମଧ୍ୟ ନିଜ ନିଜ ବିଭାଗ ତରଫରୁ ସରକାର ଙ୍କ ଦ୍ୱାରା ଦିଆଯାଉଥିବ ଭିନ୍ନ ଭିନ୍ନ ଯୋଜନା ଉପରେ ସବିଶେଷ ଆଲୋଚନା କରିଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଧ୍ରୁବ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

Bought Darkness, Spent Crores?  Rayagada, ‘Streetlight Projects’ Drain Public Exchequer!

Sunil Chandra Nayak

ବରଡା ଝୋଡି ଓ ଲଦୀପଦର ଗ୍ରାମ ବାସୀ ଙ୍କୁ ପୁଣି ମିଳିଲା ପ୍ରତିଶୃତି : ଭୋଟ ବର୍ଜନ ପରେ ମଧ୍ୟ ମୌଳିକ ସମସ୍ୟା ସମାଧାନ ରେ ପ୍ରଶାସନ ତତ୍ପର ନାହଁ

Sunil Chandra Nayak

ରାଇଘର ବ୍ଲକରେ ଗଠନ ହେଲା ସ୍ବଚ୍ଛାସେବୀ ସଙ୍ଗଠନ , ଏକତା ସାମାଜିକ ସଂଗଠନ ନାମରେ ନାମିତ 

Sunil Chandra Nayak

Leave a Comment

error: Content is protected !!