ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଇସ୍କନ ତରଫରୁ ଜନ୍ମାଷ୍ଟମୀ ମହା ଅଭିଷେକ ଆସନ୍ତା ୨୬ ରେ 

ଇସ୍କନ ତରଫରୁ ଜନ୍ମାଷ୍ଟମୀ ମହା ଅଭିଷେକ ଆସନ୍ତା ୨୬ ରେ 

ରାଉରକେଲା: ରାଉରକେଲା ଇସ୍କନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆସନ୍ତା ୨୫ ରୁ ୨୭ ପର୍ଯ୍ୟନ୍ତ ହନୁମାନ ବାଟିକା ସ୍ଥିତ ତ୍ରିଶକ୍ତି ଧାମ ଠାରେ ଅନୁଷ୍ଠିତ ହେବ ବୋଲି ତ୍ରିଶକ୍ତି ଧାମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମାୟାପୁରର ସୈନ୍ୟାସୀ ଭକ୍ତି ବିଜୟ ଭଗବତ୍ ସ୍ବାମୀ ମହାରାଜ, ରାଉରକେଲା ଇସ୍କନ ର ସମ୍ପାଦକ ପ୍ରେମ ମାଧବ ଦାସ,ସୁବୋଧ ଗୋସ୍ୱାମୀ ,ପି କେ ରାଉତ ଓ ଦୁଃଶାସନ ବେହେରା ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଜନ୍ମାଷ୍ଟମୀ ପାଇଁ ଆନ୍ତଃ ବିଦ୍ୟାଳୟ କୃଷ୍ଣ ପ୍ରତିଯୋଗିତା ରେ ସହରର ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶ୍ଳୋକ ଆବୃତ୍ତି, ଚିତ୍ରାଙ୍କନ,ତୁଳୀ ରଙ୍ଗ,ଏକକ ନୃତ୍ୟ,ସମବେତ ନୃତ୍ୟ, କୈାତୁକ ପୋଷାକ, ରଚନା, ବକ୍ତବ୍ୟ ଓ ଶ୍ଳୋକ ଲିଖନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏତଦ୍ ବ୍ୟତୀତ ଅନୁଷ୍ଠାନ ଦ୍ବାରା ପ୍ରସିଦ୍ଧ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ,୨୫ ଓ ୨୬ ରେ ସୈନ୍ୟାସୀ ମହାରାଜା ଙ୍କ ଦ୍ବାରା ପ୍ରବଚନ ଆଦି କାର୍ଯ୍ୟକ୍ରମ ରହିଛି। ଏହାସହ ଦହି ହାଣ୍ଡି ଭଙ୍ଗା, ସନ୍ଧ୍ୟା ଆରତୀ, କୀର୍ତ୍ତନ ସହ ୨୬ତାରିଖ ଦିନ ରାତି ୧୦ଟା ରେ ମହା ଅଭିଷେକ କରାଯିବା ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। ଏଥିସହ ଆଧ୍ୟାତ୍ମିକ ଷ୍ଟଲ,ଛୋଟ ଶିଶୁମାନଙ୍କ ପାଇଁ ଷ୍ଟଲ, ପ୍ରଭୁପାଦ ପୁସ୍ତକ, ନୀତିଶିକ୍ଷା ଆଦି ଷ୍ଟଲ କରାଯିବ। ତେଣୁ ସହରବାସୀ ତଥା କୃଷ୍ଣ ପ୍ରେମୀ ମାନଙ୍କୁ ଏହି ୩ଦିନିଆ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ କୁ ଜୟନ୍ତ ପ୍ରଧାନ, ଦୋଳଗୋବିନ୍ଦ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

masiha

ମା କାଳୀ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ 

Sunil Chandra Nayak

Leave a Comment

error: Content is protected !!