ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

  ମୟୂରଭଞ୍ଜ – ୨୫ / ୮ :- ( ମସିହା )ମୟୁରଭଂଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ତିରିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ତିରିଙ୍ଗ ବ୍ଲକର ବିଇଓ ଜଙ୍ଗେଶ୍ଵର ଜେନାଙ୍କ ନେତୃତ୍ବରେ ତଥା ଆୟୋଜକ ଭାବରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିରିଙ୍ଗ ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ପିଲାମାନଙ୍କ ଭିତରେ ଥିବା ପ୍ରତିଭାର ଆବିଷ୍କାର କରିବା ଉଦ୍ଦେଶ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧ ରେବିଇଓ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଦିତୀୟାର୍ଦ୍ଧ ରେ ତିରିଙ୍ଗ ତହସିଲଦାର ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ଶୁଭେନ୍ଦୁ ତ୍ରିପାଠୀ , ହେମନ୍ତ ମହାନ୍ତି , ମକର ମୁର୍ମୁ , ତିରିଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମାଡାମ , ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ , ଜିରେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଘଣା ଏବଂ ସମସ୍ତଙ୍କ କେନ୍ଦ୍ରବିନ୍ଦୁ ସାଜିଥିବା ଲୋକପ୍ରିୟ ଭାଷ୍ୟକାର ପ୍ରଭାସ ପାତ୍ର ମଞ୍ଚ ପରିଚାଳକ ଭାବେ ଉପସ୍ଥିତ ଥିଲେ । ପରିଚାଳନାଗତ ସମସ୍ତ କାର୍ଯ୍ୟକୁ ସିଆରସିସି ଅଜିତ ପାହାଡି ତୁଲାଇଥିଲେ । ଶେଷରେ ପୁରସ୍କାର ବଣ୍ଟନରେ ସବ ଜୁନିଅର ଗ୍ରୁପରେ ମାମୁନି ସି ପ୍ରଥମ , ମୁନିରାମ ହେମ୍ବ୍ରମ୍ ଦିତ୍ୱୀୟ , ସୁଗଦା ଟୁଡୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ଗ୍ରୁପରେ କୁଶାଲ ସାମାଡ ପ୍ରଥମ , ପ୍ରଦୁମ୍ ପାଟବନ୍ଧା ଦ୍ଵିତୀୟ , ସୁସ୍ମିତା ହେମ୍ବ୍ରମ୍ ତୃତୀୟ ସ୍ଥାନ ପାଇଥିବା ବେଳେ ସିନିୟର୍ ଗ୍ରୁପରେ ପ୍ରିତମ କୁମାର କର ପ୍ରଥମ , ତୁଳସୀ ସୋରେନ ଦ୍ଵିତୀୟ , କାଲିୟାନ ବାସ୍କେ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଟ୍ରଫି ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

Sunil Chandra Nayak

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଶ୍ରମିକ ଦିବସରେ ଶ୍ରମିକ ଏକତା କାର୍ଯ୍ୟକ୍ରମ 

Leave a Comment

error: Content is protected !!