ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ୫୯ ଲିଟର ଦେଶୀ ରନ୍ଧା ମଦ ଜବତ ୨ ଗିରଫ

ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ୫୯ ଲିଟର ଦେଶୀ ରନ୍ଧା ମଦ ଜବତ ୨ ଗିରଫ

ପାଟଣାଗଡ ୨୫/୮ ଲରମ୍ଭା ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢଉ କରି ୫୯ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲରମ୍ଭା ଥାନା ରେଙ୍ଗାଲି ଗାଁ ର ଭୈରବ ଛତ୍ରିଆ,ଓ ପ୍ରହଲ୍ଲାଦ କୁମ୍ଭାର ,କ୍ଷିରଧର ମହାନନ୍ଦ। ସୂଚନା ଅନୁଯାୟୀ ରେଙ୍ଗାଲି ଗାଁ ରେ ରନ୍ଧା ମଦ ରାନ୍ଧୁଥବା ଖବର ପାଇ ଲରମ୍ଭା ପୁଲିସ ଓ ଅବକାରୀ ବିଭାଗ ଏକ ଟିମ ଅଚାନକ ଭାବରେ ଚଢ଼ାଉ କରିବା ସହ ରେଙ୍ଗାଲି ଗାଁ ଭୈରବ, ପ୍ରହଲ୍ଲାଦ,ଓ କ୍ଷିରାଧର ଙ୍କ ଘର ଉପରେ ଚଢ଼ାଉ କରିଥିଲେ। ସେମାନଙ୍କ ଠାରୁ ଦେଶି ରନ୍ଧା ମଦ ଓ ରନ୍ଧା ସାମିଗ୍ର ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଧରି ଅବକାରୀ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ଏନେଇ ଅବକାରୀ କେଶ୍ ନଂ ୯୦ / ୨୪ ରେ ଏକ ମାମଲା ରୁଜୁ କରି ସେମାନଙ୍କୁ ଡାକ୍ତର ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚଢ଼ାଉ ରେ ପାଟଣାଗଡ ଅବକାରୀ ବିଭାଗ ଅଧିକାରୀ ରାଜକୁମାର ବେହେରାଙ୍କ ସହ ତାଙ୍କ ଟିମ୍ ଓ ଲରମ୍ଭା ପୁଲିସ ଟିମ୍ ସାମିଲ ହୋଇଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଅଭାବନୀୟ ଘଟଣା

Sunil Chandra Nayak

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

Sunil Chandra Nayak

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

masiha

Leave a Comment

error: Content is protected !!