ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କିରୋସିନ ଠକେଇ ଅଭିଯୋଗରେ ୧ ଗିରଫ 

କିରୋସିନ ଠକେଇ ଅଭିଯୋଗରେ ୧ ଗିରଫ 

ଡାବୁଗାଁ, ୨୫/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ କିରୋସିନ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ସଦରମହକୁମାସ୍ଥିତ କୋଟେଶ୍ଵର ରାଓ ଲାଇସେନ୍ସ କରି ପୂର୍ବରୁ ନବରଙ୍ଗପୁର ଜିଲା ପାଇଁ ସରକାର ଙ୍କ ନିକଟରୁ ସୁଲଭ ମୂଲ୍ୟରେ ରାସନ କାର୍ଡଧାରୀ ହିତାଧିକାରୀ ଙ୍କୁ ବଣ୍ଟନ କରୁଥିଲେ | ନବରଙ୍ଗପୁର ସହରର ଶିବ ମନ୍ଦିର ସାହିର ପି. ରବି କୁମାର (୩୭) କୋଟେଶ୍ଵର ରାଓ ଙ୍କ ଠାରୁ କିରୋସିନ ଆଣି ଡାବୁଗାଁ ବ୍ଲକରେ ହିତାଧିକାରୀ ମାନଙ୍କୁ ବଣ୍ଟନ କରୁଥଲେ | କିଛି ବର୍ଷ ହେଲା ସରକାର ଙ୍କ ତରଫରୁ କିରୋସିନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି | ଏହି ସମୟରେ ମଧ୍ୟରେ କୋଟେଶ୍ଵର ରାଓ ଙ୍କ ମୃତ୍ୟୁ ଘଟିଛି | ବର୍ତ୍ତମାନ କୋଟେଶ୍ଵର ରାଓ ଝିଅ ପିତାଙ୍କର ପୂର୍ବରୁ ଚାଲିଥିବା କିରୋସିନ ବ୍ୟବସାୟ ର ହିସାବ କରିବା ପରେ ଜାଣି ବାକୁ ପାଇଥିଲେ ଯେ ଡାବୁଗାଁ ବ୍ଲକକୁ ଯାଇଥିଲା ୧୧ ଟି ଡ୍ରମରେ ୨୨୯୮ ଲିଟର କିରୋସିନ ଓ ୩୦ ଟି ଖାଲି ଡ୍ରମର ହିସାବ ମିଳୁ ନାହିଁ | ଏନେଇ କୋଟେଶ୍ଵର ରାଓ ଙ୍କ ଝିଅ ଆଇ. ଭି. ରେଶମା ୩୦.୭. ୨୪ ଦିନ ପି. ରବି କୁମାର ଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାର ତଦନ୍ତ କରି ଶନିବାର ନବରଙ୍ଗପୁର ସହରର ଶିବ ମନ୍ଦିର ସାହିର ପି. ରବି କୁମାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି | ଏନେଇ ଥାନା କେସ ନଂ ୧୪୪/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

Sunil Chandra Nayak

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

masiha

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

Leave a Comment

error: Content is protected !!