ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ତେଲ ନଦୀ କୂଳରେ ଥିବା ୨ଟି ପାଣିପମ୍ପ ହାଉସରୁ ବିଦ୍ୟୁତ୍ ତମ୍ବା କେବୁଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଫଳରେ ତେରେସିଂହା ଓ ରିଷିଡା ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି l ପାଣିପମ୍ପ ହାଉସରୁ କୂପ ତଳ ମଟରକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତମ୍ବା କେବୁଲକୁ ଶନିବାର ରାତ୍ରୀରେ ଦୃର୍ବୃତ୍ତ ମାନେ ଚୋରି କରି ନେଇଥିବା ରବିବାର ସକାଳେ ଜଣା ପଡ଼ିଥିଲା l ସକାଳେ ପାଣିପମ୍ପ ଚାଲୁ କରିବାକୁ ପମ୍ପ ଚାଳକ କଣ୍ଠ ରଣା ଯାଇଥିବା ବେଳେ ପମ୍ପ ଘରର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ l ଏନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ l ପରେ ବିଭାଗୀୟ ଅଧିକାରୀ ମାନେ ଆସି ତଦନ୍ତ କରିବା ସହ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଏ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କଳ ଆଲୁମିନା ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

masiha

ଔପଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ବିଦାୟ କାଳୀନ ସମ୍ବଦ୍ଧନା ସଭା 

ପରିଚୟ ଅପେକ୍ଷାରେ ଲୁକ୍କାୟିତ ବିରଳ ଶୈବପୀଠ ଶ୍ରୀ ମୀନାଝୋଲା 

masiha

Leave a Comment

error: Content is protected !!