ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା

ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

ଭବାନୀପାଟଣା, ୨୬।୦୮ // ସ୍ଥାନୀୟ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାରଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ କୁନି କୁନି ଶିଶୁ ମୁରଲୀ ମନୋହର ଶ୍ରୀକୃଷ୍ଣଙ୍କ ବିଭିନ୍ନ ବେଶ ଭଙ୍ଗୀରେ ବିଦ୍ୟାଳୟକୁ ଆସିଥିଲେ। ଶ୍ରେଣୀ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୯୦ଜଣ ଶିଶୁ ଭାଇଭଉଣୀଙ୍କ ହଟିଆ ନାଗର କୃଷ୍ଣ ବେଶରେ ବିଦ୍ୟାଳୟ ପରିସର କୃଷ୍ଣମୟ ହୋଇଯାଇଥିଲା। ଏହି ଭକ୍ତିମୟ ପରିବେଶରେ ବିଦ୍ୟାଳୟ ପକ୍ଷରୁ ଦହି ହାଣ୍ଡି ଫଟା, ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ, ଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବର ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପ୍ରବଚକ ସ୍ୱାମୀଜୀ ରାମଦାସ ରାମାୟଣୀ ଯୋଗ ଦେଇ କୃଷ୍ଣ କଥାମୃତ, କୃଷ୍ଣରସ, ଭାଗବତ ଗୀତା ତତ୍ତ୍ୱ ଏହିପରି ଅନେକ କୃଷ୍ଣବାଣୀ ଶୁଣାଇଥିଲେ। କାର୍ଯ୍ୟକ୍ରମଟିକୁ ଜୟରାମ ସାହୁ ଏବଂ ରଶ୍ମିତା ପଣ୍ଡା ପରିଚାଳନା କରିଥିଲେ। ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସଂପାଦିତ ହୋଇଥିଲା। ଏହି ଭକ୍ତିଭାବମୟ ପରିବେଶକୁ ଶିବ ପ୍ରଧାନ, ସୁମତୀ ମୁଣ୍ଡ, ସନ୍ତୋଷିନୀ ଆଚାରୀ, ବନଶ୍ରୀ ଦାଶ, ଝୁନଲତା ସାମନ୍ତରାୟ, ରୁଦ୍ର ନାରାୟଣ ସିଂ, ମୋନାଲିସା ମହାପାତ୍ର, ସୁନିତା ନାୟକ, ରଶ୍ମିତା ମିଶ୍ର, ଜ୍ୟୋତିର୍ମୟୀ ମହାପାତ୍ର, ଲକ୍ଷ୍ମୀ ସାହୁ, ଅନିତା ପଣ୍ଡା, ସୁକାନ୍ତି ଗୌଡ଼, ଅୟଶକାନ୍ତ ପତି, ରଶ୍ମିରେଖା ସାମନ୍ତ, ବାଟିକା ପ୍ରମୁଖ ସୁକାନ୍ତି ଦାଶ, ସସ୍ମିତା ଖମାରି, ଅଂଶୁ ମିଶ୍ର, ସୁଧାରାଣୀ ପଣ୍ଡା, ଜ୍ୟୋତି ସାମଲ, ସୁନିତା ରାଉଳ, ଭବାନୀ ସେନାପତି ଆଦି ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗୋଦାବରୀ ମିଶ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ କୌସ୍ତୁଭମଣି ବାଗ ଖୁବ ସୁନ୍ଦର ଭାବେ କୃଷ୍ଣ ଭଜନ ଗାଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଶିଶୁମନ୍ଦିର ପ୍ରମୁଖ ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

masiha

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି :  ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

masiha

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

masiha

Leave a Comment

error: Content is protected !!