ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

ରାଜନଗର-26.8.024 ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଦ୍ବାରା ସଦସ୍ୟମାନେ ସଶକ୍ତିକରଣ ଓ ସ୍ବାବଲମ୍ବୀ ହୋଇଥିବା ମହିଳାମାନଙ୍କୁ କେନ୍ଦ୍ରରେ ମୋଦି ସରକାର ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ସେମାନଙ୍କ ଉଲ୍ଲେଖନୀୟ ସଫଳତା ଓ ପ୍ରେରଣା ନିମନ୍ତେ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଛି।ଏହି ପରି ପ୍ରେକ୍ଷିରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓଡିଶା ଜୀଵିକା ମିଶନ ଆନୁକୁଲ୍ୟରେ ବ୍ଲକର ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯାୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଓ ବିଡିଓ ନିଶାନ ମିଶ୍ର ଉଦ୍ଘାଟନ କରିଥିଲେ। ଜାତୀୟ ଗ୍ରାମିଣ ଜୀଵିକା ମିଶନ ଆନୁକୁଲ୍ୟରେ ମହାରାଷ୍ଟ୍ରରେ ଜଲଗାଁଓ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଲକ୍ଷପତି ଦିଦିମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରଷ୍କାର ଵିତରଣ କାର୍ଯ୍ୟକ୍ରମର ଭିଡିଓ ମାଧ୍ୟମରେ ସିଧା ପ୍ରସାରଣକୁ ବ୍ଲକର ଊପସ୍ଥିତ ଲକ୍ଷ ପତି ଦିଦିମାନେ ଅଂଶଗ୍ରହଣ କରି ଉତ୍ସାହିତ ହୋଇ ମନବଳ ଦୃଢ କରିଥିଲେ।ମହିଳା ମାନଙ୍କୁ ସ୍ବାବଲମ୍ବୀ କରି ସେମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲି କରିବାକୁ ଏହି କାର୍ଯ୍ୟକ୍ରମ ବେଶ ଆକୃଷ୍ଟ କରିଥିଲା।ଏହିକାର୍ଯ୍ୟକ୍ରମରେ ଅଗ୍ରଣୀ ସ୍ବୟଂସହାୟିକା ମହିଳାମାନଙ୍କୁ ଅତିଥିମାନେ ମାନପତ୍ର ଦେଇ ପୁରଷ୍କୃତ କରିଥିଲେ।ଏଥିରେ ବ୍ଲକ ଜୀବିକା ମିଶନର ପରିଚାଳକ ରଶ୍ମୀରଞ୍ଜନ ଦାଶ ଓ ଵ୍ଲକ ଜୀବିକା ମିଶନ ସଂଯୋଜକ ନିହାର ରଞ୍ଜନ ଵିଶ୍ବାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ଵେଳେ ଵୁଦ୍ଧଦେଵ ପ୍ରଧାନ,ସମୀର କୁମାର ପ୍ରଧାନ,ଶୈଳେନ୍ଦ୍ର ପଣ୍ଡା,ପ୍ରମୁଖ ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଜନଜାତୀୟ ଗରିମା ଉତ୍ସବ କାର୍ଯ୍ୟକ୍ରମ 

ଓଡିଶା କୃଷକ ସେବାଙ୍କ ୭ ଗୋଟି ଦାବିକୁ ନେଉ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜଣାଇଲେ

masiha

ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ କୁନି ଝିଅ ସୁରଭି

Leave a Comment

error: Content is protected !!