ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୁନାଗଡ ଦଧି ବାମନ ଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡ ଦଧି ବାମନ ଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡ଼,୨୬/୮(ମ ନି ସ)ଜୁନାଗଡ ସ୍ଥିତ ମହାପ୍ରଭୁ ଦଧି ବାମନଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଚଳିତ ବର୍ଷ ନୂଆଖାଇ ଲଗ୍ନ ଧାର୍ଯ୍ୟ ପାଇଁ ପଣ୍ଡିତ ସଭା ବସି ଲଗ୍ନ ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି l ଉକ୍ତ ସଭା ରେଜ୍ୟୋତିର୍ବିଦ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଫକୀର ମୋହନ ପାଟ୍ଟଯୋଶୀ, ଫକୀର ମୋହନ ପାତ୍ର, ନଳିନୀ ରଞ୍ଜନ ବଡ ପଣ୍ଡା ପ୍ରମୁଖ ମାନଙ୍କ ଉପସ୍ଥିତ ରେ ନବାନ୍ନ ଲଗ୍ନ ସମ୍ବନ୍ଧୀୟ ଆଲୋଚନା ହୋଇ ଲଗ୍ନ ସ୍ଥିର ହୋଇଥିଲା l ସ୍ତିରୀ କୃତ ଲଗ୍ନ ମତେ ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖ ରବିବାର ସକାଳ ୯ :୩ ମିନିଟ ଗତେ ୯ଟା :୧୮ ମିନିଟ୍ ବିଶୁଦ୍ଧ ତୁଳା ଲଗନେ ନବାନ୍ନ ଭକ୍ଷଣ କରାଯିବ।ହେଲେ ଉକ୍ତ ଦିନ ଦିବା ୧୦ଟା ୨୧ ମିନିଟ୍ ରୁ ଦିବା ୧ଟା ୨୩ ମିନିଟ୍ ବାର ବେଳା ଓ କାଳ ବେଳା ହୋଇଥିବା ରୁ ଏହା ମଧ୍ୟ ରେ ନବାର୍ଣ୍ଣ ଭକ୍ଷଣ କୁ ନିଷିଦ୍ଧ କରାଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୋକ୍ଷଦା ଏକାଦଶୀ ନୀତି ପାଳିତ

masiha

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

masiha

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

masiha

Leave a Comment

error: Content is protected !!