ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶିବ ପାର୍ବତୀ ବିବାହ ଉତ୍ସଵ ପାଳନ 

ଶିବ ପାର୍ବତୀ ବିବାହ ଉତ୍ସଵ ପାଳନ 

ଔପଦା,୩୧/୫/୨୫ – ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡପୋଖରି ପଞ୍ଚାୟତ ଜୟନାରାୟଣପୁର ଶାସନରେ ଥିବା ରାମେଶ୍ବର ମନ୍ଦିର ପରିସରରେ ଶିବ ପାର୍ବତୀ ବିବାହ ଉତ୍ସବ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଗ୍ରାମର ଜଣେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ସହଧର୍ମିଣୀ ସୁକାନ୍ତି ପଣ୍ଡାଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଉକ୍ତ ଉତ୍ସବରେ ଭାଗ ନେଇଥିଲେ । ଏଥିରେ ବଧି ଗ୍ରାମର ଗଣେଶ୍ୱର ପାଢୀ ପରିବାର ବର ପକ୍ଷ ହୋଇଥିବା ବେଳେ ଗଣେଷ ପଣ୍ଡାଙ୍କ ପରିବାର କନ୍ୟା ପକ୍ଷ ହୋଇ ଵିଵାହ ଉତ୍ସବ ପାଳନ କରିଥିଲେ । ଏହା ପାଞ୍ଚ ଦିନଧରି ଚାଲିବ । ତା ୩୦/୫/୨୫ ରିଖରୁ ଅଧିବାସ ହୋଇ ଥିବାବେଳେ ପାଞ୍ଚ ତାରିଖରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି l ଶେଷ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଚନ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଉଦ୍ୟକ୍ତା ସୁକାନ୍ତି ପଣ୍ଡା ଜଣାଇଛନ୍ତି । ସକାଳ ୧୦ ଘଟିକା ସମୟରେ ବାଜା ରୋଷଣୀ ଓ କୀର୍ତ୍ତନ ମଣ୍ଡଳୀ ସହ ଏକ ବିଶାଳ ପଟୁଆରରେ ମନ୍ଦିର ବେଢ଼ା ଠାରୁ କଳସ ଶୋଭାଯାତ୍ରା ବାହାରି ବଧୀ ପୋଖରି ପର୍ଯ୍ୟନ୍ତ ଯାଇ ଘଟ ଉତ୍ତୋଳନ କରି ମନ୍ଦିରକୁ ଫେରିଥିଲେ । ୧୧ ଜଣ ବ୍ରାହ୍ମଣ ପୂଜା କାର୍ଯ୍ୟରେ ଲାଗିଥିବା ବେଳେ ୩୦ ରୁ ଅଧିକ କଳସ ସ୍ଥାପନ ହୋଇଥିଲା । ଏକ ତାରିଖ ଶୀତଳ ଷଷ୍ଠୀରେ ଘଟ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନର ଆୟୋଜନ କରାଯାଇଛି । ଏଥିରେ ଜୟନାରାୟଣ ପୁର ଶାସନ ଓ ବଧି ଶାସନର ସମସ୍ତ ଲୋକଙ୍କର ସହଯୋଗରେ କାର୍ଯ୍ଯ ସମ୍ପାଦିତ ହେଉ ଅଛି । ଆନନ୍ଦ ବଜାରରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଆନନ୍ଦ ବଜାରରେ ଭାଗ ନେଇଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ପାଳନ ଅବସରରେ କଳସ ସଭାଯାତ୍ରା 

ମନ୍ଦିର ପ୍ରାଙ୍ଗଣରେ ବୈଦିକ କର୍ମକାଣ୍ଡ ସମ୍ପର୍କୀତ ଆଲୋଚନା

masiha

ଡାବୁଗାଁ ବ୍ଳକ ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଶେଷ

masiha

Leave a Comment

error: Content is protected !!