ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତି ସୁରକ୍ଷା ମଞ୍ଚ ର ବୈଠକ ଓ ପଞ୍ଚାୟତ କମିଟି ଗଠନ 

ଜନଜାତି ସୁରକ୍ଷା ମଞ୍ଚ ର ବୈଠକ ଓ ପଞ୍ଚାୟତ କମିଟି ଗଠନ 

ଡାବୁଗାଁ, ୨୬/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ କହକାଗୁଡା ଗ୍ରାମରେ ଜନଜାତି ସୁରକ୍ଷା ମଞ୍ଚର ଏକ ବୈଠକ ବ୍ଲକ ସଭାପତି ମୋହନସିଂ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ହିତାଧିକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳି ନଥିବାରୁ କିପରି ପ୍ରକୃତ ଆଦିବାସୀ ଲୋକ ଙ୍କୁ ପଟ୍ଟା ମିଳିବ ଓ ଅଣ ଆଦିବାସୀ ଙ୍କୁ ଯେପରି ପଟ୍ଟା ଦିଆନଯାଏ ଓ ଜନଜାତି ଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରଯାଇଥିଲା | ଏହା ସହ ଜନଜାତି ସୁରକ୍ଷା ମଞ୍ଚର ନୂତନ ଭାବେ ଘୋଡାଖୁଣ୍ଟା ପଞ୍ଚାୟତ କମିଟି ଗଠନ କରାଯାଇଥିଲା | ଏଥିରେ ସଭାପତି ଭାବେ ପୀତାମ୍ବର ଶବର, ଉପସଭାପତି ସୋମନାଥ ବଞ୍ଜରା, ସମ୍ପାଦକ ନୀଳାମ୍ବର ଭତ୍ରା, ସହ ସମ୍ପାଦକ ମୋହନ ନାୟକ, କୋଷାଧ୍ୟକ୍ଷ ସିନ୍ଧୁ ଭତ୍ରା ଙ୍କ ସମେତ ୧୫ ଜଣ ସଭ୍ୟଙ୍କୁ ଚୟନ କରାଯାଇଥିଲା | ଏହି ବୈଠକରେ ଡାବୁଗାଁ ବ୍ଲକ ଭତରା ସଂଘ ସଭାପତି ମୋହନ ନାୟକ, ତୁଳସୀ ବଞ୍ଜରା,ପୀତାମ୍ବର ମୁଦୁଲି, ଫଗୁନୁ ଶବର, ବିଶ୍ଵନାଥ ମାଝି, ଖଗେଶ ଅମନାତ୍ୟ, ସଦନ ମାଝି, ତ୍ରିନାଥ ଭତ୍ରା, ରତନ ଭତ୍ରା, ସୁକଦେବ ଭତ୍ରା, ଡମ୍ବରୁ ମାଝି ଙ୍କ ସମେତ ପଞ୍ଚାୟତ ର ସମସ୍ତ ଗ୍ରାମରୁ ପ୍ରାୟ ୮୦ ଜଣ ଜନଜାତି ସମ୍ପ୍ରଦାୟର ଲୋକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

Leave a Comment

error: Content is protected !!