ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଡ଼ାବୁଗାଁ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଡାବୁଗାଁ, ୨୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପରିସର ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁଶିକ୍ତା ମିଶ୍ର ଯୋଗ ଦେଈ ଜନ ସାଧାରଣ ମାନେ ପୋଲିସ କୁ ଭୟ ନ କରି ନିଜ ର ଅସୁବିଧା ସମ୍ପର୍କରେ ନିର୍ଭୟରେ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ l ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଅତି ନିବିଡ ହେଲେ ଉଚିତ୍ ନ୍ୟାୟ ପାଇବାରେ ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ l ଏଣୁ ପୋଲିସ ସହ ସୁସମ୍ପର୍କ ରହିବା ନିହାତି ଜରୁରୀ ଅଟେ | ସାଇବର ଠକେଇ, ବାଲ୍ୟ ବିବାହ, ଜମି ଜମା ବିବାଦ କିପରୀ ସମାଧାନ ହେବ ସେଥିରେ ଲୋକଙ୍କ ସହଯୋଗ କିପରି ରହିବ ସେ ନେଇ ଆଲୋଚନା କରିଥଲେ | ବରିଷ୍ଠ ନାଗରିକ ସଂଘ ସଭାପତି ନିତ୍ୟାନନ୍ଦ ମହାନ୍ତି ବେଶ୍ ସୁନ୍ଦର ଭାବେ ଚାରି ଦିଗରୁ ବ୍ୟାପକ ଭାବେ ବୁଝେଇଥିବା ବେଳେ ପୋଲିସ କୁ ଆମେ ଭୟ ନ କରି ବନ୍ଧୁ ହିସାବରେ ଆମେ ସମସ୍ୟା ଉପରେ ଅବଗତ କରାଇବା ବର୍ଣ୍ଣନା କରିଥିଲେ l ଆଇନିଜୀବୀ ଦିବାନ ସିଂ ଯୋଗ ଦେଇ ବିଭିନ୍ନ ଆଇନ, କିଓସ୍କ ବ୍ୟାଙ୍କ ରେ ବ୍ୟାପକ ଅନିୟମିତତା ଯୋଗୁଁ ହିତାଧିକାରୀ ତାଙ୍କ ଟଙ୍କା ନ ପାଇବା, ଡାବୁଗାଁ ରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଛାଟିଆ ସ୍ଥାନ ଥିବାରୁ ସେଠାରେ ପୋଲିସ ର ବିଟ ହାଉସ୍ ଖୋଲିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ପାଖରେ ତଥା ଆମ ପୋଲିସ କାର୍ଯ୍ୟକ୍ରମରେ ଦାବୀ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଗୋପାଳକୃଷ୍ଣ ହାଲୱା ଓ ଚନ୍ଦ୍ର ଶେଖର ହଜାରୀ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ, ୨୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ରଞ୍ଜିତା ଜୟସିଂ, ଲକ୍ଷ୍ମୀ ଦେବୀ ଷଡ଼ଙ୍ଗୀ, ରାମ ଚନ୍ଦ୍ର ବାରିକ, ହରେନ୍ଦ୍ର ନାଥ ଅଧିକାରୀ, କୁମୁଦ ରଞ୍ଜନ ଜେନା, ଆସ୍ମତି ମାଝୀ, ଧନପତି ମାଝୀ, ଶ୍ରୀରାମ ବୈରାଗୀ, ଏମ୍. ଆପ୍ପା ରାଓ, ଜି. ପ୍ରକାଶ ରାଓ, ଟି. ମୁରଲି, ସୁରେଶ କୁମାର ସିଂ, ରମେଶ ଚନ୍ଦ୍ର ପାତ୍ର, ଅଭିମନ୍ୟୁ ସାହୁ, ଶ୍ୟାମ ସୁନ୍ଦର ମହାନ୍ତି, ପରେଶ ନାଥ ଚକ୍ରବର୍ତ୍ତୀ, ଶରତ ଚନ୍ଦ୍ର ଷଡ଼ଙ୍ଗୀ, ମଳୟ ବିଷୋୟୀ, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପୋଲିସ ଅଧିକାରୀମାନେ ପ୍ରଦାନ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଆଁ ଲାଗି ଜଳି ଗଲା ୩ ଦୋକାନ

masiha

ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ 

Sunil Chandra Nayak

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

masiha

Leave a Comment

error: Content is protected !!