ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଡ଼ି ଦେଉଛି ନିରୀହ ମୁହଁରେ ହସ

କରଡ଼ି ଦେଉଛି ନିରୀହ ମୁହଁରେ ହସ

ରାମନଗୁଡା ::- କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ମୁହଁରେ ହସ ଫୁଟେଇବା କଥା ନିର୍ବାଚନ ବେଳେ କହି ଆସି ସରକାର ଗଢ଼ି ଥିବା ବେଳେ ଗରିବ ର ଦୁଃଖ କେବେ ସୁଧାର ଆସିନଥିବା ଗୋଟିଏ ନିରୀହ ଗରିବ ମାଆ ତାଙ୍କ ହୃଦୟ ବିଦରକ ଯନ୍ତ୍ରଣା କହିଛନ୍ତି । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଘୋସେଇ ଗୁଲୁମୁଣ୍ଡା ଗ୍ରାମ ପଞ୍ଚାୟତ ର ରାମଗିରି ଗ୍ରାମର ବିକଳ ଚିତ୍ର ଦେଖିବାକୁ ମିଳିଛି ।କେନ୍ଦ୍ର ସରକାର ଭାରତ ବର୍ଷରେ କେହି ଜଣେ ବି ଭୋକିଲା ରହିବେ ନାହିଁ ବୋଲି ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି ।କିନ୍ତୁ ଆଇନ ତା ବାଟରେ ଗରିବ ଲୋକମାନଙ୍କ ପାଇଁ କିଛି ଆଇନ ନ ଥିବା ଏଲୁରି ପାତିକା କହିଛନ୍ତି ।ପରିବାର କହିଲେ ୬ଜଣ ।ଦୁଇ ଝିଅ କୁ ଦୁଇ ପୁଅ ସ୍ୱାମୀ ସ୍ତ୍ରୀ ମିଶି ୬ ଜଣ ରହୁଛନ୍ତି । ଘରେ ୬ଜଣ ରୁ ଚାରି ଜଣଙ୍କୁ ଚାଉଳ ମିଳୁଛି । ଆଉ ଦୁଇ ଛୁଆ ଙ୍କୁ ଚାଉଳ ମିଳୁନାହିଁ ବୋଲି କହିଛନ୍ତି । ଚାଉଳ କାର୍ଡ ରେ ଦୁଇ ଛୁଆ ଙ୍କ ନାମ ଲେଖିବା ପାଇଁବାରମ୍ବାର ପଞ୍ଚାୟତ ସମିତି ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ବୁଲି ବୁଲି ନାୟାନ୍ତକ ହୋଇଥିବା ବେଳେ ମଧ୍ୟ ଟିକେ ହସି ଦେଇ ଥିଲେ ମାଆ ଏଲୁରି ।ସବୁବେଳେ ଗ୍ରାମ ଗ୍ରାମ ବୁଲି ଲୋକଙ୍କ କାମ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ଶବର କି ଭଳି ଜାଣି ପାରିଲେ ନାହିଁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମେ ତ ଗରିବ ନିର୍ବାଚନ ଆସିଲେ ଭୋଟ୍ ଦେବା ଜାଣିଛୁ କିନ୍ତୁ ଆଉ କିଛି ଜାଣିନୁ ଆମ କଥା କିଏ ବା ପଚାରେ ବୋଲି ପାତିକା କହିଛନ୍ତି।ବଞ୍ଚିବାରେ କଷ୍ଟ ଅନୁଭବ କରି ନିଜର ଛୁଆ ଙ୍କ କଥା ଭାବି ବାଉଁଶ କରଡ଼ି ବିକ୍ରି କରି ଯାହା ରୋଜଗାର ହୁଏ ସେଥିରୁ ପରିବାର ଚାଲୁଛି । ଏହି ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ସନ୍ତୋଷ ଶବର ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଦିନ ୨ ଘଣ୍ଟିକା ସମୟରେ ବ୍ଲକ କାର୍ଯ୍ୟାଳୟ କୁ ଯିବି ବୁଝିବି କହିଛନ୍ତି । ପୁଣି ମାର୍କେଟିଂ ଇନ୍ସପେକ୍ଟର ସିପ୍ରା ସାମଲ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ମୁ ଜାଣିନାହିଁ ଆପଣ କହି ଦିଅନ୍ତୁ ସେଇ ସମାଧାନ ଆମେ କେରେଇଦେବୁ ବୋଲି କହିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

Sunil Chandra Nayak

ତିରିଂ ଥାନା ! ସର୍ପାଘାତରେ ଶିଶୁ ମୃତ

masiha

ଉପଖଣ୍ଡ ସାମ୍ବାଦିକ ସଙ୍ଘ ବନମହୋତ୍ସବ

Sunil Chandra Nayak

Leave a Comment

error: Content is protected !!