ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ୍ତୋଷ ସିଂଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ

ସନ୍ତୋଷ ସିଂଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ 

ନର୍ଲା,୮|୧୧: ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସାମ୍ବାଦିକତା ସମ୍ମାନ-୨୦୨୪’ ପାଇବେ ସନ୍ତୋଷ ସିଂଦେଓ। ପ୍ରମେୟର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶ୍ରୀ ସିଂଦେଓ ଜଣେ ନିର୍ଭିକ ନିରପେକ୍ଷ ସାମ୍ବାଦିକ ଭାବେ ସୁପରିଚିତ। ବଲାଙ୍ଗୀରର ଶାନ୍ତଶିଳ ଦେବୀ ଓ ନବୀନ ସିଂଦେଓଙ୍କ ସୁପୁତ୍ର ସନ୍ତୋଷ ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ସମ୍ବାଦ ପ୍ରତିନିଧି ଭାବେ ସମ୍ବଲପୁର, ବୁର୍ଲାରେ ଦୀର୍ଘ ୫ ବର୍ଷ ପରେ ୨୦୧୮ ମସିହା ଠାରୁ ବୌଦ୍ଧ ଜିଲ୍ଲା ପ୍ରତିନିଧି ଭାବେ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ। ଏହାପରେ ୨୦୨୧ ମସିହାରେ କଳାହାଣ୍ଡି ‘ପ୍ରମେୟ’ ଜିଲ୍ଲା ପ୍ରତିନିଧି ଭାବେ ଜନ୍ମ ମାଟିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୫ରେ ସମ୍ବଲପୁର ଏମସିଏଲ ଅରୁନ୍ଧତୀ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ୨୦୧୯ କଣ୍ଟାମାଳ ଲୋକ ମହୋତ୍ସବରେ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ୨୦୨୨ ଜିଲ୍ଲା ସାମ୍ବାଦିକ ସଂଘ ବଲାଙ୍ଗୀର ଦ୍ବାରା କୈଳାଶ ଚନ୍ଦ୍ର ସାହୁ ସ୍ମୃତି ସମ୍ମାନ, ୨୦୨୩ ଓୟୁଜେ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପ୍ରତିଭା ସମ୍ମାନ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ଏହାସହ ସାଙ୍ଗଠନିକ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛି। ଆସନ୍ତା ନଭେମ୍ୱର ୧୩ରୁ ୧୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ଶ୍ରୀ ସିଂହଦେଓଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁ, ସ୍ୱଚ୍ଛ ଓ ସଫଳ ଭାବେ ପରିଚାଳନା କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡ଼ ଜିଲ୍ଲା ଚଇତି 23କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ 

masiha

କେଶବ ନଗର ଶାଖାର ବାଲ୍ମିକୀ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!