ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର 

ରାଉରକେଲା:ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ର ସଭାଗୃହ ରେ ୩ୟ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପାଠାଗାର ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ଓ ସଭାପତି ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସରକାରୀ, ବେସରକାରୀ ବିଦ୍ୟାଳୟର ପଞ୍ଜୀକୃତ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ଆରମ୍ଭ ପାରମ୍ପାରିକ ରିତିନୀତି ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପୂଜନ, ଦୀପ ପ୍ରଜ୍ବଳନ ସହିତ ଶ୍ଳୋକପାଠ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ ସାହିତ୍ୟ ଆସର ର ରୂପରେଖା ସମ୍ପର୍କରେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଞ୍ଚାଳିକା ସୁଶ୍ରୀ ଗାୟତ୍ରୀ ସେଠି ସଙ୍ଖିପ୍ତ ବର୍ଣ୍ଣନା କରିଥିଲେ ଯେ ଏଇ ଶିଶୁ ସାହିତ୍ୟ ଆସର ସମୁଦାୟ ତିନୋଟି ପର୍ଯ୍ୟାୟରେ ଯଥା- ମୁକ୍ତ ମଞ୍ଚ, ସାହିତ୍ୟ ଦର୍ପଣ ଓ ମାଧୁର୍ଯ୍ଯ ଉପରେ ଆଧାରିତ ହେବ । ମୁକ୍ତ ମଞ୍ଚରେ ଶିଶୁମାନେ ନିଜର ଦକ୍ଷତା ସ୍ବରୂପ ଦେଶଭକ୍ତି କବିତା, ଗଳ୍ପ, ସଙ୍ଗୀତ, ନୃତ୍ୟର ପ୍ରଭୁତି କଳା ପ୍ରତିପାଦନ କରିଥିଲେ । ସାହିତ୍ୟ ଦର୍ପଣ ବିଭାଗରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୀବନଧାରା ଓ ତାଙ୍କର କାଳଜୟୀ କବିତା ଗୁଡିକ ପ୍ରୋଜେକ୍ଟର ମାଧ୍ୟମ ରେ ପ୍ରଦର୍ଶିତ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ଜଣେ ଛାତ୍ରବତ୍ସଳ ଅବସରପ୍ରାପ୍ତ ଶିକ୍ଷକ ରାଜ କୁମାର ମହାନ୍ତି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏକ ନୀତିଶିକ୍ଷା ସମ୍ବଳିତ କାହାଣୀ ଶୁଣାଇଥିଲେ ଏବଂ ଉକ୍ତ କାହାଣୀ ଉପରେ ଆଧାରିତ ପାଞ୍ଚଟି ପ୍ରଶ୍ନ ପିଲାମାନଙ୍କୁ ପଚରା ଯାଇ ସଠିକ ଉତ୍ତର ଦାତାଙ୍କୁ ପୁରସ୍କୃତ କରାଯାଇଥିଲା। ବିଶେଷ ବକ୍ତା ଭାବେ ଅନ୍ୟତମ ଶିଶୁ ସାହିତ୍ୟିକ ଶିକ୍ଷକ ସୁନିଲ କୁମାର ମହାନ୍ତି ଆଜିର ସମୟରେ ଶିଶୁ ସାହିତ୍ୟର ବିକାଶ ପାଇଁ ଏପରି ନିଆରା ପ୍ରୟାସ ଆବଶ୍ଯକତା ସମ୍ପର୍କରେ ତାଙ୍କର ସୁନ୍ଦର ମତ ରଖିଥିଲେ। ପ୍ରଥମେ ବିଭିନ୍ନ ବିଦ୍ୟାଳୟ ତରଫରୁ ଆସିଥିବା ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ପାଠାଗାରର ସାଂସ୍କୃତିକ ସମ୍ପାଦିକା ସୁବାସିନୀ ସାହୁ ନିର୍ବାହ କରିଥିଲେ। ଏହି ୩ୟ ଶିଶୁ ସାହିତ୍ୟ ଆସର କୁ ସଫଳ ରୂପାୟନ କରିବାରେ ପାଠାଗାର ର ସକ୍ରିୟ ସଦସ୍ଯ ସର୍ବଶ୍ରୀ ବିକ୍ରମ ଚନ୍ଦ୍ର ଆଚାର୍ଯ୍ଯ, ଗଦାଧର ରଥ, ଅଶୋକ ପଟ୍ଟନାୟକ, ବିଭୁଦତ୍ତ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ସୁମନ୍ତ ପତି, ଗୀତାଜ୍ଞଳି ମହାରଣା, ପ୍ରିୟା ପାତ୍ର, ନିରୁପମା ଚାନ୍ଦ, ରାଜଲକ୍ଷ୍ମୀ ସେନାପତି, ସମୃଦ୍ଧି ମହାରଣା, ସମୀକ୍ଷା ପାତ୍ର, ନିଳାଦ୍ରୀ ତନୟା ପୋଥାଳ, ଓମ୍ ପ୍ରକାଶ ପାତ୍ର, ପି. ସ୍ବର୍ଣ୍ଣଲକ୍ଷ୍ମୀ, ସାଇନିପ୍ତି ଜେନା, ପି ସୋମ୍ୟାଶ୍ରୀ ପାତ୍ର, ସଞ୍ଜୟ କୁମାର ବିଶ୍ବାଳ, ପ୍ରିୟଙ୍କା ସାହୁ, ଦୀଲ୍ଲିପ ପାତ୍ର, ଅର୍ଚ୍ଚନା ଜେନା, ପ୍ରଭାସିନୀ ଦାଶ, ସସ୍ମିତା ରାଣୀ ପୋଥାଳ, ମହେନ୍ଦ୍ର ତନୟ ଟୁଡୁ, ଶ୍ରୀକାନ୍ତ ଜେନା ପ୍ରଭୁତି ଅଭିଭାବକ ବୃନ୍ଦ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପାଠାଗାର ସହ-ସମ୍ପାଦକ ବସନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

masiha

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!