ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

ରାଉରକେଲା: କବୟିତ୍ରୀ ଲୋପାମୁଦ୍ରା ଜେନା ଜଣେ ସୁ-ଲେଖିକା ଏବଂ କବୟିତ୍ରୀ ଭାବରେ ରାଜ୍ୟରେ ସୁପରିଚିତ। ଭାଷା ସାହିତ୍ୟ କୁ ଅବଦାନ ପାଇଁ ଭାରତ ସରକାରଙ୍କ ଅନୁମୋଦିତ ଲିଜେଣ୍ଡାରୀ ପିସ୍ ଆୱାର୍ଡ଼ କାଉନସିଲ ତରଫରୁ ନୂଆଦିଲ୍ଲୀ ଠାରେ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଅଛି। ଶ୍ରୀମତୀ ଜେନା ରାଉରକେଲା ବ୍ୟାଙ୍କ ଅଫ୍ ଇଣ୍ଡିଆ ର ବରିଷ୍ଠ ଅଧିକାରୀ ଉତ୍ତମ ଜେନାଙ୍କ ପତ୍ନୀ। ସେ ଯାଜପୁର ଜିଲ୍ଲା, ବରୀ ଥାନା ଅନ୍ତର୍ଗତ କମ୍ପଗଡ ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବରୀ ନାଥପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ବ୍ରଜ ମୋହନ ସାମଲ ଏବଂ ମାତା ସେବାଶ୍ରୀ ସାମଲଙ୍କ ଜେଷ୍ଠା କନ୍ୟା ଅଟନ୍ତି । ଶ୍ରୀମତୀ ଜେନାଙ୍କର ଅନେକ ଗଳ୍ପ ଓ କବିତା ମଧ୍ୟରୁ ନିଷିଦ୍ଧ କୋଠରୀ, ହୃଦୟର ବେଳାଭୂମି, ନଈ ଓ ନାରୀ ଏବଂ ଅନ୍ୟାନ୍ୟ ବହି ଗୁଡ଼ିକ ସାହିତ୍ୟପ୍ରେମୀ ମାନଙ୍କ ମଧ୍ୟରେ ବିଶେଷ ଆଦୃତି ଲାଭ କରିଛି। ଶ୍ରୀମତୀ ଜେନା ଡକ୍ଟରେଟ ପାଇଥିବାରୁ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ସାପ କାମୁଡାରେ ଅକାଳ ରେ ଚାଲିଗଲା ନାଁ ବାଳିକାଙ୍କ ଜୀବନ, ମୃତ୍ୟୁ ପରେ ବି ଶବକୁ ମିଳିପାରିଲା ନାହିଁ ସମ୍ମାନ,

Sunil Chandra Nayak

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା

Leave a Comment

error: Content is protected !!