ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରାରେ ନୂତନ ତହସିଲଦାରଙ୍କ ଯୋଗଦାନ

ଖଇରାରେ ନୂତନ ତହସିଲଦାରଙ୍କ ଯୋଗଦାନ

ଖଇରା,୩୦/୮/୨୪ – ବାଲେଶ୍ଵର ଜିଲ୍ଲା ଖଇରା ତହସିଲରେ ତା ୩୦/୮/୨୪ ରିଖରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଲେ ଜିତେନ୍ଦ୍ର କୁମାର ମୁର୍ମୁ, ପ୍ରଥମେ ସେ ବାଲେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ ପରେ ଜିଲ୍ଲା ସ୍ତରରେ ରାଜସ୍ବ ବିଭାଗ ମିଟିଂ ରେ ଯୋଗ ଦେଇଥିଲେ । ସେଠାରୁ ମିଟିଂ ସାରି ଅପରାହ୍ନରେ ଖଇରା ତହସିଲ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ପ୍ରକାଶ ଥାଉକି ଏହା ପୂର୍ବରୁ ଶ୍ରୀ ମୁର୍ମୁ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ତହସିଲରେ ଅବସ୍ଥାପିତ ଥିଲେ, ଖଇରା ତହସିଲଦାର ସବ୍ୟସାଚୀ ଜେନାଙ୍କ କୋରାପୁଟ ଜିଲ୍ଲା ଜୟପୁର ତହସିଲକୁ ବଦଳି ପରେ ପଦବୀଟି ଫାଙ୍କା ପଡିଥିଲା । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ କରିବେ ବୋଲି ନୂତନ ତହସିଲଦାର ଶ୍ରୀ ମୁର୍ମୁ ସାମ୍ବାଦିକ ପଦ୍ମଲୋଚନ ଦାସ, ଅନାମ ଚରଣ ପଣ୍ଡା ଓ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ କହିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗ୍ରାମ ରୋଜଗାର ସେବକ ଙ୍କୁ ଆକ୍ରମଣ ର ଦଶ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

Sunil Chandra Nayak

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

masiha

ରାଜଗାଙ୍ଗପୁରେ ଶୃଙ୍ଖଳା ସହ ପାଳିତ ହେଲା ଶ୍ରୀରାମ ନବମୀ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!