ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା ଦାବି ର କାର୍ଯ୍ୟକାରୀ ସୂଚନା

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା ଦାବି ର କାର୍ଯ୍ୟକାରୀ ସୂଚନା

ଧର୍ମଗଡ଼ ରେମିଡ଼ିଆଲ ପାର୍ଟ ଟାଇମ ଶିକ୍ଷକ ସଂଘ ତରଫରୁ ଛଟେଇ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ନେଇ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଗ୍ରୀଭେନ୍ସ,ଓସେପା ଗ୍ରୀଭେନ୍ସ, ଶିକ୍ଷାମନ୍ତ୍ରୀ ଙ୍କୁ ଗତ ଜୁଲାଇ ମାସରେ , ଲିଖିତ ଦାବିପତ୍ର ପ୍ରଦାନ କରା ଯାଇଥିଲା । ତାହା ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେକ୍ରେଟାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ଜାରି ରହିଥିବା ଧର୍ମଗଡ଼ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଂଘ ପାଖକୁ ସୂଚନା ଆସିଅଛି । ଯାହାଫଳରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସୂଚନା ମତେ କଳାହାଣ୍ଡିର ବିଦ୍ୟାଳୟ ମାନଙ୍କରେ ସନ ୨୦୦୬-୨୦୦୭ ମସିହାରେ ଶିକ୍ଷକର ଘୋର ଅଭାବ ଥିବା ସମୟରେ ଏନ.ପି.ଇ.ଜି. ଇ.ଏଲ ସ୍କିମ ଜରିଆରେ ମାଳତୀ ଚୌଧୁରୀ ବିକାଶ କେନ୍ଦ୍ର ଜରିଆରେ ସରକାରଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଭି.ଇ.ସି କମିଟି ଓ ସି.ଏଲ.ସି.ସି ସଦସ୍ୟ ମାନଙ୍କ ସୁପାରିଶ କ୍ରମେ ୩ମାସ ଲେଖାଏଁ ସକାଳ ଘ.୧୦ ରୁ ଅପରାହ୍ନ ୪ଟା ଯାଏ ଶିକ୍ଷାଦାନ ଦେବା ପାଇଁ ନିଯୁକ୍ତି ଦିଆ ଯାଇଥିଲା । ଓ ପରେ ୨୦୧୧ ମସିହାରେ ଛଟେଇ କରାଯାଇଥିଲା । ତେଣୁ ନିଯୁକ୍ତି ହୋଇଥିବା ସମସ୍ତ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ ବିବେଚିତ କରିବା ପାଇଁ ଧର୍ମଗଡ଼ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଂଘ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା

masiha

ରାଇରଙ୍ଗପୁରରେ ବିଦ୍ୟୁତ୍ କର୍ମଚାରୀଙ୍କ ୧୧ ଦଫା ଦାବି ନେଇ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା

Sunil Chandra Nayak

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!