ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଭଦ୍ରା ଯୋଜନାରେ ମିଛ ମଧ୍ୟସ୍ଥି କୁ ମିଳିବ ଦଣ୍ଡ 

ଶୁଭଦ୍ରା ଯୋଜନାରେ ମିଛ ମଧ୍ୟସ୍ଥି କୁ ମିଳିବ ଦଣ୍ଡ 

 ରାଉରକେଲା: ସମ୍ପ୍ରତି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଶୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହି ଯୋଜନାରେ ସାମିଲ୍ କରିବା ପାଇଁ ହେଉ ବା ଅସାଧୁ ଉପାୟରେ ମହିଳା ମାନଙ୍କୁ ମିଛ ସହଯୋଗ କରିବା କହି କିଛି ଅସାଧୁ କୁଜି ନେତା,ନେତ୍ରୀ ମଧ୍ୟସ୍ଥି ସାଜି କିଛି ମହିଳା ଙ୍କ ଠାରୁ ୫୦୦/୬୦୦ ଟଙ୍କା ନେଇଥିବା ଭଳି ଶୁଣାଯାଉଛି। ଏ ନେଇ ଆଶ୍ରା ଗୃପ୍‌ ର ମହିଳା ସଦସ୍ୟାମାନେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମାଜସେବୀ ମୀନତି ଦେବତା ଙ୍କ ନେତୃତ୍ବରେ ସିଡିପିଓ ଙ୍କୁ ଦେଖାକରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ଶ୍ରୀମତୀ ଦେବତା ସୂଚନା ଦେଇ କହିଛନ୍ତି ଯେ ଶୁଭଦ୍ରା ଯୋଜନା ସରକାରୀ ଗାଇଡ ଲାଇନ ହିସାବରେ ହେବ। ହିତାଧିକାରୀଙ୍କର କେବଳ ଆଧାର କାର୍ଡ,ବ୍ୟାଙ୍କ ଖାତା ଦରକାର ହେବ। ଆଉ କୋୖଣସି ପ୍ରକାର କାଗଜପତ୍ର ର ଆବଶ୍ୟକ ନାହିଁ। ଏହି କାର୍ଯ୍ୟକ୍ରମ ସମସ୍ତ ଜନସେବା କେନ୍ଦ୍ର ରେ ସମ୍ପୁର୍ଣ୍ଣ ମାଗଣାରେ ଅନଲାଇନରେ ହେବ । 

ତେଣୁ କୌଣସି କୁଜି‌ନେତା କିମ୍ବା ନେତ୍ରୀ ଯଦି ହିତାଧିକାରୀଙ୍କ ଠାରୁ ଟଙ୍କା ନିଅନ୍ତି ଖବର ପାଇଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆମ ଆଶ୍ରା ସଙ୍ଗଠନ ର ସଦସ୍ୟ ମାନଙ୍କ ପାଖରେ ଖବର ପହଞ୍ଚିଛି ଯେ ମାସେ ଆଗରୁ କିଛି ନେତା ନେତ୍ରୀ ଦଲାଲ ମାନେ ୫୦୦/୬୦୦ ଟଙ୍କା ନେଇ ଯୋଜନା କରେଇ ଦେବୁ କହି ମହିଳା ଙ୍କ ଠୁ ଟଙ୍କା ନେବା ଆରମ୍ଭ କରିଲେଣି। ତେଣୁ ଏସମ୍ପର୍କରେ ସିଡିପିଓ ଙ୍କ ସଂଗେ ଆଲୋଚନା କରିବା ସହ ସୂଚନା ଦେଇଥିଲେ। ଶ୍ରୀମତୀ ଦେବତା କହିଛନ୍ତି ଯେ ଆଜି ଠୁ ଆମ ସଙ୍ଗଠନ ର ମହିଳା ମାନେ ପ୍ରତି ୱାର୍ଡରେ ରେ ବୁଲି ବୁଲି ଏ ସମ୍ପର୍କରେ ସଚେତନତା କରାଇବେ । ଆଉ ଯଦି କୌଣସି ଅଞ୍ଚଳରେ ରେ କିଏ ପଇସା ନେଇଥିବା ଦେଖିବୁ କି କୌଣସି ମହିଳା ଅଭିଯୋଗ କରନ୍ତି ଯେ ତାଙ୍କ ଠାରୁ କିଏ ଟଙ୍କା ନେଇଛି ତୁରନ୍ତ ତାଙ୍କ ନାଁ ରେ କେଶ୍ କରି ଆରେଷ୍ଟ କରାଯିବ । ସମସ୍ତ ହିତାଧିକାରୀ କିପରି ବିନା ଶୋଷଣ ରେ ଯୋଜନା ର ସୁବିଧା ପାଇପାରିବେ ସେଥିପାଇଁ ସଜାଗ ରହିବୁ ସେ କହିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ଉଦଘାଟନ କଲେ ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ

ପେଟ ପାଇଁ କାଲିଆ ଭରସା

Sunil Chandra Nayak

ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘନଶ୍ୟାମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣା ପୋଷଣ ଖାଦ୍ୟ ଵଣ୍ଟନ

Leave a Comment

error: Content is protected !!