ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ବଲାଙ୍ଗିର, ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ୱେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ ହେତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଯୋଗାଯୋଗ କରିଥିଲେ । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇ ଯେପରି ଗ୍ରାମକୁ ମରଶରୀର ଆସିବ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଚେଷ୍ଟାରେ ଆଜି ମରଶରୀର ଗ୍ରାମକୁ ପହଞ୍ଚିଛି । ମନ୍ତ୍ରୀଙ୍କ ଏହି ସହାୟତା ପାଇଁ ପରିବାର ସହ ଗ୍ରାମବାସୀ ଡ. ମୁକେଶ ମହାଲିଙ୍ଗଙ୍କୁ ପ୍ରଶଂସା ସହ ଧନ୍ୟବାଦ ଜଣାଇଛନ୍ତି ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ 

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!