ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ରାଉରକେଲା :, ସହରର ସମାଜ କଲ୍ଯାଣ ଅନୁଷ୍ଠାନ ଆଞ୍ଚଳିକ ପୁନ୍ନର୍ବାସ ଓ ଗବେଷଣା କେନ୍ଦ୍ର (ଆର୍ ଆର୍ ଆର୍ ସି) ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆଜି ସେକ୍ଟର-୨ ସ୍ଥିତ କମ୍ଯୁନିଷ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଆର୍ ଆର୍ ଆର୍ ସି କେନ୍ଦ୍ରର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବଣ୍ଟନ ଶିବିରରେ ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ , ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଭିନ୍ନକ୍ଷମ କଲ୍ଯାଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଶିଳ୍ପପତି ତଥା ରାଉରକେଲା ୟୁଥ୍ ହଷ୍ଟେଲର ଅଧ୍ଯକ୍ଷ ବୁଦ୍ଧଦେବ ବାସୁ ଶିବିରରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦିବ୍ଯାଙ୍ଗମାଳ ଇଶ୍ବରଙ୍କ ସନ୍ତାନ, ସେମାନଙ୍କ ସେବା ଈଶ୍ବରଙ୍କ ସେବା ବୋଲି ମତବ୍ୟକ୍ତ କରିଥିଲେ। ସଂସ୍ଥା ପକ୍ଷରୁ ୫୨ଜଣ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ମଧ୍ଯରେ ତିନି ଚକିଆ ସାଇକେଲ ୧୨ଟି, ହ୍ବିଲ୍ ଚେୟାର ୬ଟି, କୁଷ୍ଠ ଆକ୍ରାନ୍ତ ବ୍ଯକ୍ତିଙ୍କ ପାଇଁ ସ୍ବତନ୍ତ୍ର ଗୃହ ଉପକରଣ ୨୭ଟି, ଦୃଷ୍ଟିହୀନ ବାଡି ୩ଟି, ଆଶାବାଡ଼ି ୫ଟି, ଓ୍ବାକର ୧ଟି ମାଗଣାରେ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶେଷ ଆର୍ ଆର୍ ଆର୍ ସିର ନିର୍ଦ୍ଦେଶକ ତ୍ରିଲୋଚନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

          ଏହି କାର୍ଯ୍ୟକ୍ରମର ଶିବିରକୁ ଯଦୁ ଚରଣ ମୁର୍ମୁ, ବିଶିକେସନ ନାୟକ, ଗୌତମ ମହାନ୍ତି, ପ୍ରିୟବ୍ରତ ସାହୁ, ଗୀତା ସାହୁ, ଦମୟନ୍ତୀ ରାଉତ, ମୁକେଶ ବାରିକ, ଶଙ୍କର ନାୟକ, ସୁବ୍ରତ ନାୟକ, ସଲିଲ କୁମାର ସାହୁ, ଝୁନୁ ଲତା ସାହୁ, ଲକ୍ଷ୍ମୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ 

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର.

Sunil Chandra Nayak

Leave a Comment

error: Content is protected !!