ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବରଙ୍ଗପୁର ଜିଲ୍ଲାରେ ଚୋରା ଦେଶୀ ମଦ ର ବନ୍ୟା ମଦ ମୃତୁ ହେବା ନେଇ ଆଶଙ୍କା

ନବରଙ୍ଗପୁର ଜିଲ୍ଲାରେ ଚୋରା ଦେଶୀ ମଦ ର ବନ୍ୟା

ମଦ ମୃତୁ ହେବା ନେଇ ଆଶଙ୍କା 

 ନବରଙ୍ଗପୁର:(୩୧|୮)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ୧୦ ଗୋଟି ବ୍ଳକ କୁ ନେଇ ଗଠିତ।ନବରଙ୍ଗପୁର ଜିଲ୍ଲାରେ ଚୋରା ମାଦକ ଦ୍ରବ୍ଯ ର ଅଭାବ ନାହିଁ। ଏଠି ଚୋରା ରେ ଦେଶୀ ମଦ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି।ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକ ର କିଛି ଗ୍ରାମ ରହିଛି, ଯେଉଁଠି ଚୋରା ଦେଶୀ ମଦ କୁ କୁଟୀର ଶିଳ୍ପ କଲେଣି। ସେହି ପରିବାର ମାନଙ୍କ ପାଇଁ ଅର୍ଥ ଉପାର୍ଜନ ର ସହଜ ଓ ସରଳ ଉପାୟ ପାଲଟିଛି ଚୋରା ଦେଶୀ ମଦ। ଏଠାରେ କିଛି ପରିବାର ଆଦିବାସୀ ଓ ହରିଜନ ମାନଙ୍କ ସାହାଯ୍ୟ ରେ ବଣ ଜଙ୍ଗଲ ରେ ଚୋରା ଦେଶୀ ମଦ ପ୍ରସ୍ତୁତ କରି ବ୍ଲକ ର ବିଭିନ୍ନ ସ୍ଥାନ କୁ ଚାଲାଣ କରିଥାନ୍ତି।ନବରଙ୍ଗପୁର ଥାନା ଅନ୍ତର୍ଗତ ଜିତୁଗୁଡ଼ା, ସିନ୍ଧିଗୁଡା,ଦଣ୍ଡସାଇ,ତାରାଗାଁ, ମାଝୀଗୁଡା, ଛୁଟିୟାଗୁଡା, ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁର୍ମାକୋଟ, ଡେଙ୍ଗପଦର,ଝରିଗୁମ୍ମା, ନୂଆଗୁଡା, ଚିତ୍ରକୋଟ, କୁସମୀ, ଅଁଳାଭଟା,ସୌରାଗୁଡା,ଡ଼ମଗୁଡା,କଂଗ୍ରା ପ୍ରମୁଖ କିଛି ଗାଁ ରେ ଘରେ ଘରେ ରନ୍ଧା ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ଚୋରା ଦେଶୀ ମଦ ପିଇ ଅନେକ ଯୁବକ ଠାରୁ ବୟସ୍କ ଲୋକେ ଅକାଳରେ ମୃତ୍ୟୁ ବରଣ କଲେଣି। ରାସାୟନିକ ସାର ୟୁରିଆ, ବ୍ୟାଟେରୀ ଗୁଣ୍ଡ ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ମିଶାଇ ଦେଶୀ ମଦ ପ୍ରସ୍ତୁତ କରିଥାନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି କି ଅବକାରୀ ବିଭାଗ ବାରମ୍ବାର ଚଡାଉ ସତ୍ତ୍ୱେ କାହିଁକି ବନ୍ଦ ହେଉ ନାହିଁ ଚୋରା ଦେଶୀ ମଦ।ଅନ୍ୟପଟେ ଗୋଟିଏ ଅବକାରୀ ଅଧିକାରୀ କୁ ଏକାଧିକ ଦାୟିତ୍ୱ ସହ କର୍ମଚାରୀ ମରୁଡି ଏହାର କାରଣ ବୋଲି କୁହାଯାଉଛି। ଅନ୍ୟ ପଟେ କିଛି ଅସାଧୁ କର୍ମଚାରୀ ଚୋରା ଦେଶୀ ମଦ ମାଫିଆ ଙ୍କ ସହ ସଲାସୁତୁରା ଯୋଗୁଁ ଅବକାରୀ ଚଡାଉ ବେଳେ କେବଳ ମଦ ଜବତ ହେଉଥିବା ବେଳେ ମଦ ମାଫିଆ ଧରାପଡୁ ନାହାନ୍ତି।ମଦ ମାଫିଆ ଓ ଅବକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲୁଥିବା ଅଭିଯୋଗ ହେଉଛି।ଯାହାଫଳରେ ନବରଙ୍ଗପୁର ଜିଲ୍ଲାରେ ନିରନ୍ତର ଭାବେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି।ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଳକ ରେ ଚୋରା ଦେଶୀ ମଦ ପିଇ ଦୁଇ ଜଣ ମୃତ୍ୟୁ ହୋଇଥିଲା।ସେହିଭଳି ନବରଙ୍ଗପୁର ଜିଲ୍ଲାରେ ଚୋରା ଦେଶୀ ମଦ ର ବନ୍ୟା ଯୋଗୁଁ ଏଠାରେ ଗଞ୍ଜାମ ଜିଲ୍ଲା ଭଳି ମଦ ମୃତ୍ୟୁ ହେବା ନେଇ ଆଶଙ୍କା ଦେଖାଦେଇଛି !ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା ବ୍ଳକ ରେ ବେଆଇନ ଦେଶୀ ମଦ କାରବାର ଯୋଗୁଁ ଚୋରା ମଦ ପିଇ ଲୋକେ ଅକାଳ ରେ ମୃତୁ ହେଉଥିବା ଦେଖାଦେଇଛି।ଏଣୁ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ଚୋରା ଦେଶୀ ମଦ ପ୍ରସ୍ତୁତ କରୁଥିବା ମାଫିଆ ଙ୍କୁ ଚିହ୍ନଟ କରି ତୁରନ୍ତ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି। 

ମସିହା ନିୟୁଜ ସର୍ଭିସ୍ 

Related posts

ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ଵେନୀୟମ ମାଛ ମରା ଟ୍ରଲର ସହ 11ଗିରଫ

masiha

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

ଜମି ବନ୍ଧକକୁ କେନ୍ଦ୍ର କରି ଖୁର୍ସେଲ ଗୁଡାରେ ଯୁବକକୁ ହତ୍ୟା ,ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

masiha

Leave a Comment

error: Content is protected !!