ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଅଙ୍ଗନଓ୍ଵାଡି କେନ୍ଦ୍ରରେ ଆଣ୍ଠୁଏ ପାଣି 

ଆଦର୍ଶ ଅଙ୍ଗନଓ୍ଵାଡି କେନ୍ଦ୍ରରେ ଆଣ୍ଠୁଏ ପାଣି 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଅଧିନରେ ଥିବା ରେଗେଡା ଆଦର୍ଶ ଅଙ୍ଗନଓ୍ଵାଡି କେନ୍ଦ୍ର ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହିଥିବା ଅଭିଯୋଗ ହେଉଛି l ବର୍ଷା ହେଲେ ଆବର୍ଜନା ପାଣିରେ କେନ୍ଦ୍ରକୁ ଯିବାକୁ ପଡୁଛି ଛୋଟଛୋଟ କୋମଳମତି ଶିଶୁମାନଙ୍କୁ l ଯାହା ଫଳରେ ଅନେକ ଶିଶୁ କାଛୁକୁଣ୍ଡିଆ ଭଳି ବିଭିନ୍ନ ଚର୍ମ ରୋଗର ଶିକାର ହେଉଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି l କେନ୍ଦ୍ରର ଚାରି ପାଖରେ ଅଳିଆ ଆବର୍ଜନା ଯୋଗୁଁ ପାଣି ଜମି ରହିଥିବାରୁ କୋମଳମତି ଶିଶୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଗ୍ରାମର କିଛି ଅସାଧୁ ବ୍ୟକ୍ତି ସରକାରୀ ଜମିକୁ ଜବର ଦଖଲ କରି ରଖିଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ପ୍ରକାଶ କରିଛନ୍ତି l ଏଣୁ ଏ ଦିଗରେ ବ୍ଲକ ପ୍ରଶାସନ ଯଥା ସମ୍ଭବ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

masiha

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ପାଳନ ୨୦୨୬ 

Sunil Chandra Nayak

ରୟାଲ କଲେଜରେ ମେଡିକାଲ କୋଡିଂ ତାଲିମ ସେମିନାର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!