ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଓଡିଶା ଡ଼୍ରାଇଭର ସଂଘ ତରଫରୁ ଡ଼୍ରାଇଭର ଦିବସ ଧୂମଧାମରେ ପାଳିତ 

ରାଇରଙ୍ଗପୁରରେ ଓଡିଶା ଡ଼୍ରାଇଭର ସଂଘ ତରଫରୁ ଡ଼୍ରାଇଭର ଦିବସ ଧୂମଧାମରେ ପାଳିତ 

 ମୟୂରଭଞ୍ଜ- ୦୧/୦୯ (ମସିହା)ସମାଜର ପ୍ରଗତି ରଥରେ ଡ଼୍ରାଇଭର ମାନଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ଯେ କୌଣସି କାର୍ଯ୍ୟ ପରିବହନ କ୍ଷେତ୍ରରେ ଡ଼୍ରାଇଭର ମାନଙ୍କୁ ଲୋଡା ହୋଇଥାଏ ।ଜନ୍ମରୁ ମୃତ୍ୟୁ,ଘରୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଡ଼ାକ୍ତରଖାନାରୁ ମଶା ଣିଖାନା,କ୍ଷେତରୁ କଳକାରଖାନା ଥାନାରୁ ଜେଲଖାନା ସବୁଠି ଡ଼୍ରାଇଭର ମାନଙ୍କ ଆବଶ୍ୟକତା ହୋଇଥାଏ ।ପରିବହନ କ୍ଷେତ୍ରରେ ସେମାନଙ୍କ ସେବା ଅତୁଳନୀୟ ଅଟେ ।

 ୧ ସେପ୍ଟେମ୍ବର ରାଷ୍ଟ୍ରୀୟ ଡ଼୍ରାଇଭର ମହାସଂଘର ପ୍ରତିଷ୍ଠା ଦିବସ ବା ଜନ୍ମ ଦିବସ ।ଏହି ଦିବସକୁ ଓଡ଼ିଶା ଡ଼୍ରାଇଭର ମହାସଂଘ, ରାଇରଙ୍ଗପୁର ତରଫରୁ ରାଇରଙ୍ଗପୁର ‌ରେ ଵାମନଘାଟି ଉପଖଣ୍ଡର ୭ ଟି ବ୍ଳକର ଶତାଧିକ ଡ଼୍ରାଇଭର ଭାଇମାନେ ରାଇରଙ୍ଗପୁର ଆସିଧୂମଧାମରେ ପାଳନ କରିଛନ୍ତି ।ପ୍ରାରମ୍ଭରେ ବସଷ୍ଟାଣ୍ଡ ନିକଟସ୍ଥ ଡ଼୍ରାଇଭର ମହାସଂଘ କାର୍ଯ୍ୟାଳୟ ସମ୍ମୁଖରେ ପତକା ଉତ୍ତୋଳନ କରାଯାଇଥିଲା । ଡ଼୍ରାଇଭର ମହାସଂଘ ଜିନ୍ଦାବାଦ,ଡ଼୍ରାଇଭର ଏକତା ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ରାଇରଙ୍ଗପୁର ସହର । ପରେ ରାଇରଙ୍ଗପୁର ବ୍ଳକ ପଡ଼ିଆରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚି ଥିଲେ । ସେଠାରେ ପୂଜାର୍ଚ୍ଚନା ସାରି ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ସମସ୍ତ ଡ଼୍ରାଇଭର ଭାଇ ଏବଂ ତାଙ୍କର ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା ପୂଜାର୍ଚ୍ଚନା କରିଥିଲେ ।ସକାଳୁ ଘରୁ ବାହାରି ନିରାପଦରେ ଘରକୁ ଫେରିବା ପାଇଁ ପ୍ରାର୍ଥନା କରିଥିଲେ ।ପରେ ଜଗନ୍ନାଥ ମନ୍ଦିର ରୁ ପୁନଃ ବ୍ଳକ ପଡିଆ ପର୍ଯ୍ୟନ୍ତ ସହର ପରିକ୍ରମା କରି ସମସ୍ତଙ୍କୁ ସଡ଼କ ସୁରକ୍ଷା,ହେଲମେଟ ପିନ୍ଧିବା, ସରକାରଙ୍କ ଗାଇଡ ଲାଇନ‌ମାରି ରାସ୍ତାରେ ଯିବା,ମୋବାଇଲ ରେ କଥା କହି କହି ଗାଡ଼ି ନ ଚଳାଇବା,ଡ୍ରାଇଭିଂ ଲାଇସେନ୍ସ ଥିବା,ଗାଡ଼ି ଚଳାଉଥିବା ସମୟରେ ଅଯଥାରେ ଅନ୍ୟ ଗାଡ଼ି ଅତିକ୍ରମ ନକରିବା ଇତ୍ୟାଦି ଉପରେ ସଚେତନତା ବାର୍ତ୍ତା ଦେଇଥିଲେ ।ପରେ ବ୍ଳକ ପଡ଼ିଆରେ ସମସ୍ତେ ଏକାଠି ହୋଇ ପରସ୍ପରକୁ ଆଲିଙ୍ଗନ କରି ଖୁସି ମନାଇ ଥିଲେ ।ପରେ ଭୋଜିଭାତ, ହସଖୁସି, ନାଚଗୀତ ମସଗୁଲ ହୋଇ ଦିନଟିକୁ କଟାଇଥିଲେ ।କାର୍ଯ୍ଯକ୍ରମର ଉପଦେଷ୍ଟା ଦିଲିପ ମହାନ୍ତ, ସଭାପତି ଅମୂଲ୍ୟ ମହାନ୍ତି, ଉପସଭାପତି ପିଣ୍ଟୁ ସର୍ଦ୍ଦାର, ସଂପାଦକ ଅଶ୍ବିନୀ ମହାନ୍ତ,ପବନ ଗୋପାଲ, ଶଙ୍କର ଗିରି ପ୍ରମୁଖ ନେତୃତ୍ବ ନେଇଥିଲେ ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

masiha

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!