ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍କଟ ରୋଗ ପୀଡିତଙ୍କୁ ସହାୟତା ପ୍ରଦାନ 

କର୍କଟ ରୋଗ ପୀଡିତଙ୍କୁ ସହାୟତା ପ୍ରଦାନ 

କାମାକ୍ଷାନଗର (ମନିସ )୧/୯ /୨୪ // କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗାଁର ନିରୋଦ ସାହୁଙ୍କ ପୁଅ ସମୀର ସାହୁ(୩୦) କର୍କଟ ରୋଗରେ ପୀଡିତ ।ଦୀର୍ଘ ୫ ବର୍ଷ ହେଲାଣି ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି ।ରୋଜଗାର କରିବା ସମୟରେ ରୋଜଗାର କ୍ଷମ ପୁଅ ଘରେ ପଡି ରହିବା ପରେ ଚିନ୍ତାରେ ପରିବାର ଲୋକେ ।ଖବର ପାଇ ପରଜଙ୍ଗ ବିଧାୟକଙ୍କ ପତ୍ନୀ ଅନୁପମା ପ୍ରଧାନ ତାଙ୍କ ଘରେ ପହଞ୍ଚି ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ।ଏହା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ କିପରି ସହାୟତା ମିଳି ପାରିବ ସମସ୍ତ ସହଯୋଗ କରାଯିବା ପାଇଁ କହିଥିଲେ ।ତାଙ୍କ ସହ ଯାଇଥିଲେ ପୂର୍ଵତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ,ପୂର୍ଵତନ ସରପଞ୍ଚ ଉମେଶ ସାହୁ,ମହାବିରୋଡ଼ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁ,ସାଧାରଣ ସମ୍ପାଦକ ମହତାବ ସାହୁ ପ୍ରମୁଖ ଘରେ ପହଞ୍ଚିଥିଲେ ।ଗରିବ ଶ୍ରେଣୀର ହେଇଥିବାରୁ ସରକାରୀ ସହାୟତା ମିଳିବା ପାଇଁ ଅସହାୟ ବାପା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

Sunil Chandra Nayak

ବିଦ୍ଯୁତ ବିଭାଗର ଖାମଖିଆଲି ଓ ଗାଡି ଚାଳକ ର ବେ ପରୁଆ ଚାଳନାରେ ଅଳ୍ପକେ ବଞ୍ଚିଗଲା ଦୁଇଟି ଜିବନ

masiha

Leave a Comment

error: Content is protected !!