ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

ଯୋଡ଼ା:-ରାସ୍ତାରେ ଅସଂଖ୍ୟ ଖାଲ ଆଉ ସେହି ସବୁ ଖାଲରେ ବର୍ଷାପାଣି ଭର୍ତ୍ତି।ଖଣି ସହର ଯୋଡ଼ା ପୌରପାଳିକାର ଦୁଇନମ୍ବର ୱାର୍ଡ ବାନେଇକଳାର ପ୍ରମୁଖ ଅଞ୍ଚଳର ଯୋଡ଼ାବ୍ଲକ ଠାରୁ ଆଗକୁ ଗଲେ ବାନେଇକଳା ବସ୍ତି ଏବଂ ସେହି ରାସ୍ତାରେ ଗଲେ ସହରର ପ୍ରାୟ ଏକାଧିକ ଇଂରାଜୀ ଏବଂ ହିନ୍ଦୀ ସ୍କୁଲ,ସରକାରୀ/ବେସରକାରୀ ସମସ୍ତ ପ୍ରାୟ ବ୍ୟାଙ୍କ,ମା ମହା ଲଷ୍ମୀ ମନ୍ଦିର, ଯୋଡ଼ା ବସଷ୍ଟାଣ୍ଡ ଏବଂ ଯୋଡ଼ା ମୁଖ୍ୟ ବଜାର ଯିବାକୁ ଥିବା ବାନେଇକଳା ବସ୍ତିର ଏହି ରାସ୍ତା’ଟିରେ ଗତ କିଛିଦିନ ହେଲା ସାରା ଖାଲ, ଆଉ ଟିକକ ବର୍ଷା ହେତୁ ଉକ୍ତ ଖାଲ ଗୁଡିକରେ ପାଣି ଭର୍ତ୍ତି ଯୋଗୁଁ ଛୋଟରୁ ବଡ, ସେ ମହିଳା ହିଅନ୍ତୁ’କି ପୁରୁଷ ସଭିଏ ହୁଅନ୍ତି ହିନସ୍ଥା ବୋଲି ଜାଣିବାକୁ ମିଳେ।ଏପରିକି ଅପର ଦିଗରୁ ଯୋଡ଼ା ବଜାର ଅଞ୍ଚଳରୁ ବାନେଇକଳା ଅଞ୍ଚଳରେ ଥିବା ବାନେଇକଳା ଉଚ୍ଚ ବିଦ୍ୟାଳୟ,ଡିଡିଏମ ଅଫିସ(ଖଣି), ବିଦ୍ୟୁତ ଅଫିସ, ଯୋଡ଼ା ବ୍ଲକ ଅଫିସ, ପୌର କାର୍ଯ୍ୟାଳୟକୁ ଆସୁଥିବା ଯୋଡ଼ାବାସୀ ସାଧାରଣତ ଦୈନ୍ଦିନ ସମସ୍ୟା ଭୋଗୁଥିବାର ଜାଣିବାକୁ ମିଳେ।ତେବେ ଉର୍ଣ୍ଣତ ଯୋଡ଼ା ପୌରପାଳିକା ପକ୍ଷରୁ ଏବଂ ନିକଟରେ ଥିବା ଦୁଇ ନମ୍ବର ୱାର୍ଡ କାଉନସିଲୋରଙ୍କ ସହାୟତାରେ ଉକ୍ତ ରାସ୍ତାର ନୂତନ ମରାମତି ଯଦି ଯଥା ସମ୍ଭବ ହୋଇପାରିଲେ ସହରର ପ୍ରମୁଖ ବାନେଇକଳା ରାସ୍ତାଟି ଉପରେ ନିର୍ଭର କରୁଥିବା ସମସ୍ତ ଯୋଡ଼ାବାସୀ ବେସ ଉପକୃତ ହୋଇବେ ବୋଲି ଆଶା କରନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

masiha

ସାଂସଦ ଙ୍କ ଚିଠିର ଉତ୍ତର ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ

masiha

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

masiha

Leave a Comment

error: Content is protected !!