ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ …

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ….

ମଣିଷ ମନର ଆଶା ଓ ବିଶ୍ୱାସ ରାଉରକେଲା …….

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାରର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ ଭାରତ ଭୂଷଣ ମହାନ୍ତି ଓ ଆଲୋଚନାଚକ୍ର ର ଆଲୋଚକ ଭାବେ ଡ: ନଗେନ ଦାସ ଯୋଗଦେଇଥିଲେ। ଆଲୋଚକ ଡ: ଦାସ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ରାଉରକେଲା ସମ୍ପର୍କରେ ଆଲୋଚନା କରି କହିଲେ ଯେ ରାଉରକେଲା ଏକ ଜାତୀୟ ସୂର୍ଯ୍ୟ। ଏଠାରେ ଅର୍ଥନୀତି, ସାମାଜିକ, ସଂସ୍କୃତି, ସାହିତ୍ୟ ର ଅପୂର୍ବ ସମନ୍ଵୟ ଘଟିଛି। ଉନବିଂଶ ଶତାବ୍ଦୀରେ ଓଡିଶାରେ ୩ଟି ସ୍ଥାନରେ ଯଥା କଟକ, ବାଲେଶ୍ବର ଓ ରାଉରକେଲା ଜ୍ଞାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା। ଏଥିରେ ପ୍ରମୁଖ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ, ଆଦର୍ଶ ପାଠାଗାର, କଲଚରାଲ ଏକାଡେମୀ ର ଭୂମିକା ଅନନ୍ୟ। ସେହିପରି ସାହିତ୍ୟିକ ଅଳକା ଚାନ୍ଦ, କୃଷ୍ଣ ଚନ୍ଦ୍ର ମିଶ୍ର, ଦେବେନ୍ଦ୍ର ମହାନ୍ତି, ଲକ୍ଷ୍ମୀକାନ୍ତ ନାୟକ, ରଜନୀକାନ୍ତ ଦାସ ତଥା ପରବର୍ତ୍ତୀ ପିଢ଼ି ଙ୍କ ଅବଦାନ ଅନେକ। କହିବାକୁ ଗଲେ ରାଉରକେଲା ହେଉଛି ମଣିଷ ମନର ଆଶା ଓ ବିଶ୍ୱାସ। ମୁଖ୍ୟ ଅତିଥି ଇଂ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ରାଉରକେଲା ଏକ ଉପାନ୍ତ ସହର। ଏଠାରେ ସାହିତ୍ୟ, ନୃତ୍ୟ,ନାଟକ ଯେପରି ବିକଶିତ ହୋଇଛି ତାହା ଅନ୍ୟ କୌଣସି ସହର ଠାରୁ ଗୈାଣ ନୁହେଁ । ଏଥିରେ ସହରର ଥିବା ବିଭିନ୍ନ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ର ଭୂମିକା ଅନନ୍ୟ। ଏହି ଅବସରରେ ଗାଳ୍ପିକା ବିଜୟିନୀ ଜେନା ଗଳ୍ପ ପାଠ କରିଥିବା ବେଳେ, ଗଳ୍ପଟିକୁ ରାଜକୁମାର ମହାନ୍ତି ସମୀକ୍ଷା କରିଥିଲେ। ପରେ ସୁଶାନ୍ତ କୁମାର ନାୟକ ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବିନ୍ଦ୍ର ମହାନ୍ତି, ସୁମିତା ସ୍ବାଇଁ, ଗୀତାଞ୍ଜଳି ମହାରଣା, ନିକୁଞ୍ଜ ବିହାରୀ ଦାଶ, ଅଶୋକ ପଟ୍ଟନାୟକ, ମଞ୍ଜୁଳା କୁମାରୀ ରଥ, ପ୍ରତାପରୁଦ୍ର ତ୍ରିପାଠୀ, ରାଜକୁମାର ମହାନ୍ତି ପ୍ରମୁଖ କବିତା ପାଠ କରିଥିଲା ବେଳେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ପ୍ରିୟା ପାତ୍ର, ନିରୁପମା ଚାନ୍ଦ, ତାପସ ସାହା, ଭୂପେନ ମହାପାତ୍ର, ରାଜଲକ୍ଷ୍ମୀ ସେନାପତି,ଶରତ ରାଉତ, ପ୍ରବୀର କୁମାର ଦୁବେ,ବିଭୁଦତ୍ତ ବେହେରା,ଆଲୋକ ବୋଷ, ଅରବିନ୍ଦ ପାତ୍ର, ରାଧାମୋହନ ନାୟକ, ସୁନିଲ ମହାନ୍ତି, ଗଦାଧର ରଥ, ଅମୂଲ୍ୟ ମିଶ୍ର, କମଳ ଆଚାର୍ଯ୍ୟ, ନାରାୟଣ ନାୟକ, କୁଳମଣି ଦାସ, ରବିନ୍ଦ୍ର ଠାକୁର,ଅରୁଣା ମହାରଣା, ଗୈାତମ ଦାସ, ହୃଷିକେଶ ବଳିଆର ସିଂହ, ବିଭୁତି ଭୁଷଣ ଦାସ, ସୁମନ୍ତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶତାୟୁ ବୃଦ୍ଧା ଚମେଲି ଦେବୀଙ୍କ ପରଲୋକ

Sunil Chandra Nayak

ରାଉରକେଲା ଜିଲ୍ଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ଅଟୋ ରାଲ୍ଲି

Sunil Chandra Nayak

ରିଙ୍ଗରୋଡ଼ ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକ ନିକଟରେ “ବ୍ୟାସବାଟିକା” ନିର୍ମାଣ ତଥା ଛକର ନାମ “ବ୍ୟାସଛକ” ହେଉ…

masiha

Leave a Comment

error: Content is protected !!