ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ରାସ୍ତା ହେଲା କାଦୁଅ ରାସ୍ତା, ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା

ପ୍ରଧାନମନ୍ତ୍ରୀ ରାସ୍ତା ହେଲା କାଦୁଅ ରାସ୍ତା, ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା

ନବରଙ୍ଗପୁର:(୧/୯)(ରବି ନାରାୟଣ ମହାନ୍ତି)ଛଅ ମାସ ପୂର୍ବରୁ ନିର୍ମିତ ପ୍ରଧାନମନ୍ତ୍ରୀ ସଡ଼କ ବର୍ତ୍ତମାନ କାଦୁଅ ରାସ୍ତାରେ ପରିଣତ ହୋଇଛି ! ନିମ୍ନ ମାନର କାର୍ଯ୍ୟ ଓ ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖ ଅଭାବ ଯୋଗୁଁ ଏଭଳି ବିକଳ ଅବସ୍ଥା ଦେଖିବାକୁ ମିଳିଛି! ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡାଇଭଟ୍ଟା ଠାରୁ ଡେଙ୍ଗାତୋଟା ଗୁଡା ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ସଡ଼କ ଓ ଖୁଣ୍ଟିଆ ଛକ ଠାରୁ ଡେଙ୍ଗାତୋଟା ଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୫ କିଲୋମିଟର ରାସ୍ତା ନିର୍ମାଣ ହୋଇଥିଲା ! ଏଥିପାଇଁ ୧୨.୯.୨0୨୨ ରେ କାର୍ଯ୍ୟ ଆରମ୍ଭ ଏବଂ ୧୧.୬.୨0୨୩ କାର୍ଯ୍ୟ ଶେଷ ହେବାନେଇ ଜନସାଧାରଣ ଙ୍କ ସୂଚନା ନିମନ୍ତେ ବୋର୍ଡ ରେ ଉଲ୍ଲେଖ ରହିଛି! ତେବେ ଗତ ୬ ମାସ ପୂର୍ବେ ଏହି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା ! ନବ ନିର୍ମିତ ୫ କିଲୋମିଟର ପ୍ରଧାନମନ୍ତ୍ରୀ ରାସ୍ତା ର ୨ କିଲୋମିଟର ରୁ ଉର୍ଦ୍ଧ ସମ୍ପୂର୍ଣ ନଷ୍ଟ ହୋଇ କାଦୁଅ ରାସ୍ତାରେ ପରିଣତ ହୋଇଛି ! ରାସ୍ତାରୁ ସମ୍ପୂର୍ଣ ପିଚୁ ଉଠିଯାଇଛି ! ଏମିତି କି ଯାନବାହାନ ଚଳାଚଳ କରିବା ଦ୍ୱାରା ନୁଆରେ ନିର୍ମିତ ପିଚୁ ରାସ୍ତା ସମ୍ପୂର୍ଣ ଦବି ଯାଇ କାଦୁଅ ରାସ୍ତା ରେ ପରିଣତ ହୋଇଛି ! ବିଭାଗୀୟ ଯନ୍ତ୍ରୀ ଙ୍କ ତଦାରଖ ଅଭାବ ଏବଂ ଠିକାଦାର ଙ୍କ ଅବହେଳା ରୁ ରାସ୍ତା ର ଅବସ୍ଥା ଏଭଳି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ! ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ସରିବାର ୬ ମାସ ମଧ୍ୟରେ ଏଭଳି ଅବସ୍ଥା କୁ ସାଧାରଣରେ ଜନତା ଗ୍ରହଣ କରି ପାରୁନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ଜନସାଧାରଣଙ୍କ ଯାତାୟତ ନିମନ୍ତେ ପକ୍କା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ସତ ,ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବେପୁରିଆ ମନଭାବ ଯୋଗୁଁ ନିମ୍ନ ମାନର କାର୍ଯ୍ୟ କରାଯାଉଛି ! ଯାହା ଫଳରେ ଅତି କମ ଦିନ ମଧ୍ୟରେ ରାସ୍ତା ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ! ଏଣୁ ଯୁଦ୍ଧ କାଳୀନ ଭିତିରେ ରାସ୍ତା ପୁଣି ନିର୍ମାଣ କରି ଜନସାଧାରଣ ଙ୍କ ଯାତାୟତ ପାଇଁ ସୁବିଧା କରିବାକୁ ଦାବୀ ହୋଇଛି ! ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଙ୍କୁ ପଚାରିବାରୁ ହାତ ଟେକି କ୍ରସର କୁ ବଡ଼ ବଡ଼ ଗାଡି ଯିବା ଆସିବା କରିବା ଦ୍ୱାରା ରାସ୍ତାର ଏଭଳି ଅବସ୍ଥା ହୋଇଥିବା ପ୍ରକାଶ କରିଛନ୍ତି ! ହେଲେ ଯନ୍ତ୍ରୀ ଏଭଳି ମତ ପ୍ରକାଶ କରିବେ ହେଲେ ଠିକା ନେଇଥିବା ସଂସ୍ଥା ଓ ଯନ୍ତ୍ରୀ ଙ୍କ ମଧ୍ୟର କିଭଳି ମଧୁ ଚନ୍ଦ୍ରିକା ରହିଛି ,ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲା ଦୁର୍ନୀତି ନିବାରଣ ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ, ଉପ ସଭାପତି ହିମାଂଶୁ ଶେଖର ବାଘ, ନନ୍ଦାହାଣ୍ଡି ବ୍ଲକ ସଭାପତି ପ୍ରଶାନ୍ତ ଖୁରା, ସମ୍ପାଦକ ରବି ଗୌଡ,ଉପ ସଭାପତି ମଧୁ ସୁଧନ ବାଘ ସମେତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

Sunil Chandra Nayak

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

masiha

Leave a Comment

error: Content is protected !!