ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଓ ମହିଳା ଚାଲାଣ ରୋକିବା ଉପରେ ସଚେତନତା ଅଭିଯାନ

ଶିଶୁ ଓ ମହିଳା ଚାଲାଣ ରୋକିବା ଉପରେ ସଚେତନତା ଅଭିଯାନ

କଳାହାଣ୍ଡି ପୋଲିସ –ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଶିଶୁ ଚାଲାଣ ରୋକିବା ଉପରେ ବିଭିନ୍ନ ହିତାଧିକାରୀ ଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିଛି 

ୟୁନିସେଫ୍ ଏବଂ ଏଡ଼ ଏଟ ଆକ୍ସନ ଇଣ୍ଡିଆର ବୈଷୟିକ ସହାୟତା ମାଧ୍ୟମରେ ଜିଲ୍ଲା ପୋଲିସ, ଶ୍ରମ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମନ୍ଵୟରେ ଏହି ସଚେତନତା ବୈଠକଗୁଡିକ ଜିଳ୍ଲାର ସ୍ଥାନରେ ଅନୁଷ୍ଠିତ ହେବାର ବ୍ୟବସ୍ଥା ହାତକୁ ନେଇଛି । 

ଆଜି ଧର୍ମଗଡ ବ୍ଲକ ବେହେରା ଗୋରୁ ବଜାର ପ୍ରାଙ୍ଗଣ ଠାରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ତରଫରୁ ନିରାପଦ ଶ୍ରମ ସ୍ଥାନାନ୍ତରଣ ,ଶିଶୁ ଚାଲାଣ ପ୍ରତିକାର ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ଶିଶୁ ବିକାଶ ଅଧିକାରୀ ସୁଚରିତା ମହାପାତ୍ର, ଥାନା ଏସ ଆଇ ନିଳାମ୍ବର ଜାନି,ବିରବର ଭଗତ,ଶ୍ରମ ଅଧିକାରୀ ସୁବାସ ମଣ୍ଡଳ,ଡି ସି ପି ଓ ଶୈଳେନ୍ଦୁ ମହାପାତ୍ର,ୟୁନିସେଫ ନେହା ସିଂ, ଡିଏସପି ମୁକ୍ତି କୁମାର କୁଲ୍ଲୁ,ଧର୍ମଗଡ ଏସଡିପି ଓ ମନୋଜ କୁମାର ବେହେରା,ଏଡ଼ ଏଟି,ଆକ୍ସନ ଓ ୟୁନିସେଫ ସରୋଜ କୁମାର ବାରିକ,ଜ୍ୟୋତି ପ୍ରକାଶ ବ୍ରହ୍ମ, ଜିଲ୍ଲା କଂସଲଟେଣ୍ଟ ଦିବ୍ୟ ରଞ୍ଜନ ଯୋଶୀ,ବେହେରା ସରପଞ୍ଚ କୁମୁଦିନି ଗଇନ୍ଟା, ତେଣ୍ଡାପାଳି ସରପଞ୍ଚ ଗୌଲୋଚନ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଆଲୋଚନା ରେ ଦାଦନ ଶ୍ରମିକ ରୋକିବା ସମେତ ଶିଶୁ ଶ୍ରମିକ ପ୍ରତି ବିଶେଷ ଧ୍ୟାନ ଦେବା କୁ ଅନେକ ଅଧିକାରୀ ନିଜ ବକ୍ତବ୍ୟ ପ୍ରକାଶ କରଥିଲେ।ସାଧାରଣ ଭାବେ କଳାହାଣ୍ଡି ଜିଲ୍ଲା ରୁ ହଜାର ହଜାର ଲୋକ ବାହାର ରାଜ୍ୟ ଯାଇ ଦାଦନ ଶ୍ରମିକ ଭାବେ ନିୟୋଜିତ ହୋଇ ଅନେକ ନିର୍ଯ୍ୟାତନା ଓ ଅଘଟଣା ର ଶିକାର ହେଉଥିବା ଅଭିଯୋଗ ହେଉଥିବାରୁ ରାଜ୍ୟ ସରକାର ଦାଦନ ଚାଲାଣ କୁ ରୋକିବା ଓ ସୁରକ୍ଷିତ କର୍ମସଂସ୍ଥାନ ଯୋଗାଇ ଦେବା ଉଦ୍ୟମ ସଚେତନା କାର୍ଯ୍ୟକ୍ରମ ଭଳି ଉଦ୍ୟମ ଜାରି ରଖିବା ପାଇଁ ମତ ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳ ସ୍ତରରେ ଅଙ୍ଗନବାଡି କର୍ମୀ ,ପଂଚାୟତ ମାନଙ୍କର ଗୁରୁତ୍ୱ ଭୂମିକା ରହିଛି ଯେଉଁ ଦାଦନ ଶ୍ରମିକ ମାନେ ବାହାର ରାଜ୍ୟ କୁ ଯାଉଛନ୍ତି ସେମାନଙ୍କ ସଠିକ ଠିକଣା ଓ ପ୍ରତି ଦିନ ଯୋଗାଯୋଗ ଭଳି ବ୍ୟବସ୍ଥା ହାତ କୁ ନିଆଯାଇଛି।ଏପରିକି ଗର୍ଭବତୀ ,ପ୍ରସୂତି ଓ ଶିଶୁ ଭରପୁର ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ଥିବା ଶିଶୁ ବିକାଶ ଅଧିକାରୀ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି। ବିଳମ୍ବ ରେ ହେଉ ପଛେ ପ୍ରଶାସନ ଚେଇଁ ଥିବା ନିହାତି ଏକ ସ୍ୱାଗତ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି।କାର୍ଯ୍ୟକ୍ରମ ରେ ବିଭିନ୍ନ ସରକାରୀ ,କଲେଜ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଆଶା ,ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସାଧାରଣ ଲୋକ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ ଓ ନାଟକ ମାଧ୍ୟମରେ ଦାଦନ ଉପରେ ଅଭିନୟ ପରିବେଶିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜନଜାତୀୟ ଗୌରବ ଦିବସ ପାଳନ 

Sunil Chandra Nayak

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

Leave a Comment

error: Content is protected !!