ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ଏଡିଟିଙ୍ଗ ଫଟୋ ଭାଇରାଳ ଘଟଣାରେ ଫେରାର ତିନି ଯୁବକଙ୍କ ଗିରଫ କେବେ ?

ମହିଳାଙ୍କ ଏଡିଟିଙ୍ଗ ଫଟୋ ଭାଇରାଳ ଘଟଣାରେ ଫେରାର ତିନି ଯୁବକଙ୍କ ଗିରଫ କେବେ ?

ନର୍ଲା (ମନିସ) କିଛି ଦିନ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଫଟୋକୁ ଏଡିଟିଙ୍ଗ କରି କିଛି ଯୁବକ ଭାଇରାଳ କରିଥିବା ଘଟଣାରେ ନର୍ଲା ପୋଲିସ ୬ ଅଭିଯୁକ୍ତ ମଧ୍ୟରୁ ତିନିଜଣ ସଞ୍ଜିବ ଦାସ, କିରଣ ମହାନନ୍ଦ ଓ ମହେଶ ସାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ତିନି ଜଣ ଯୁବକ ଆଶୁ ଅଗ୍ରୱାଲ, ମଣ୍ଟୁ ଦାସ ଓ ରୋମାଞ୍ଚଲ ଡାକୁଆ (ମିଟୁ) ଫେରାର ହୋଇଥିବା ବେଳେ ଏବେ ପୋଲିସ ହାତ ଖାଲି ପଡ଼ିଛି।ଏହା ପୂର୍ବରୁ ଅଭିଯୋଗକାରିଣୀ ମହିଳା ଜଣକ କଳାହାଣ୍ଡି ପୋଲିସ ଠାରେ ମଧ୍ୟ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ନର୍ଲା ଥାନା କେସ ନଂ ୦୧୯୯ ତା ୩୧/୮/୨୪ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ୬୬।ଇ। ଓ ୬୭( ଏ) ଆଧାରରେ ତିନି ଅଭିଯୁକ୍ତଙ୍କ କୋର୍ଟ ଚାଲାଣ ପରେ ଫେରାର ଅଭିଯୁକ୍ତ ମାନଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି‌ ରହିଛି।

ଦୀପକ କୁମାର ଠାକୁର ନର୍ଲା ମସିହା ପ୍ରତିନିଧି

Related posts

ବେଙ୍ଗି ପିତ୍ତଳରେ ତିଆରି ଶଙ୍ଖକୁ ସୁନା ଶଙ୍ଖ ବୋଲି ଠକି ବିକ୍ରି କରି ଧରାପଡିଲେ ଦୁଇ ଆସାମୀ ଜେଲ ଗଲେ 

Sunil Chandra Nayak

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ

Sunil Chandra Nayak

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

Sunil Chandra Nayak

Leave a Comment

error: Content is protected !!