ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ଏଡିଟିଙ୍ଗ ଫଟୋ ଭାଇରାଳ ଘଟଣାରେ ଫେରାର ତିନି ଯୁବକଙ୍କ ଗିରଫ କେବେ ?

ମହିଳାଙ୍କ ଏଡିଟିଙ୍ଗ ଫଟୋ ଭାଇରାଳ ଘଟଣାରେ ଫେରାର ତିନି ଯୁବକଙ୍କ ଗିରଫ କେବେ ?

ନର୍ଲା (ମନିସ) କିଛି ଦିନ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଫଟୋକୁ ଏଡିଟିଙ୍ଗ କରି କିଛି ଯୁବକ ଭାଇରାଳ କରିଥିବା ଘଟଣାରେ ନର୍ଲା ପୋଲିସ ୬ ଅଭିଯୁକ୍ତ ମଧ୍ୟରୁ ତିନିଜଣ ସଞ୍ଜିବ ଦାସ, କିରଣ ମହାନନ୍ଦ ଓ ମହେଶ ସାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ତିନି ଜଣ ଯୁବକ ଆଶୁ ଅଗ୍ରୱାଲ, ମଣ୍ଟୁ ଦାସ ଓ ରୋମାଞ୍ଚଲ ଡାକୁଆ (ମିଟୁ) ଫେରାର ହୋଇଥିବା ବେଳେ ଏବେ ପୋଲିସ ହାତ ଖାଲି ପଡ଼ିଛି।ଏହା ପୂର୍ବରୁ ଅଭିଯୋଗକାରିଣୀ ମହିଳା ଜଣକ କଳାହାଣ୍ଡି ପୋଲିସ ଠାରେ ମଧ୍ୟ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ନର୍ଲା ଥାନା କେସ ନଂ ୦୧୯୯ ତା ୩୧/୮/୨୪ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ୬୬।ଇ। ଓ ୬୭( ଏ) ଆଧାରରେ ତିନି ଅଭିଯୁକ୍ତଙ୍କ କୋର୍ଟ ଚାଲାଣ ପରେ ଫେରାର ଅଭିଯୁକ୍ତ ମାନଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି‌ ରହିଛି।

ଦୀପକ କୁମାର ଠାକୁର ନର୍ଲା ମସିହା ପ୍ରତିନିଧି

Related posts

କୁଡ଼ିଆ ଘର ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଝରିଗାଁ ପୋଲିସ

Sunil Chandra Nayak

୧୭ଜଣ ମହିଳା ଗ୍ରୁପର ଟିପଚିନ୍ହ ନେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁ ନେଇ କେଗାଁ ଥାନାରେ ଅଭିଯୋଗ

Sunil Chandra Nayak

ଜଳବନ୍ଦୀ ଅଞ୍ଚଳରେ ରାସ୍ତା କାମ କୁ ନେଇ ଗୋଷ୍ଠି ସଂଘର୍ଷ ଗ୍ରାମ୍ୟ ବାତାବରଣ ଦୁଷିତ :ଫାଙ୍କା ଗୁଳି ଚାଳନା ଅଭିଯୋଗ

Leave a Comment

error: Content is protected !!