ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼, ୦୩/୦୯(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଜୋନ ଶିକ୍ଷା ଜିଲ୍ଲା ନିରୀକ୍ଷକ କମଳାକାନ୍ତ ପ୍ରହରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାଟିକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମେଳାରେ ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ, କଳାହାଣ୍ଡି ଜିଲ୍ଲା ଶାଖାର ସାଧାରଣ ସଂପାଦକ ସନ୍ଦୀପ ମିଶ୍ର, ବିଚାରକ ଭାବେ ଜୁନାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ, କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ ମେହେର, ସୁଶୀଲ କୁମାର ନାଗ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ନମିତା ମାଝୀ ଓ ସସ୍ମିତା ସାହୁଙ୍କ ତଦାରଖରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଛାତ୍ରୀମାନେ ମୋଟ ୨୩ଟି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ତିନିଜଣ ବିଚାରକଙ୍କ ନିର୍ଣ୍ଣୟ ପରେ ବରିଷ୍ଠ ବର୍ଗରେ ନିହାରୀକା ବିଶ୍ଵାଳ, ଜାନକୀ ବିଭାର ଓ ସଂଯୁକ୍ତା ପାତ୍ର ପ୍ରଥମ, କସ୍ତୁରୀ ପାତ୍ର ଓ ପିଙ୍କି ନାଗ ଦ୍ଵିତୀୟ, ପଙ୍କଜିନୀ ପାତ୍ର ଓ ପଦ୍ମିନୀ ପାତ୍ରଙ୍କ ବିଜ୍ଞାନ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା। ବିଜ୍ଞାନ ମେଳା ପରିଚାଳନାରେ ଶିକ୍ଷକ ସତ୍ୟବାଦୀ ନାଏକ, କାମସେନ ଭୋଇ, ସାରିକା ପଣ୍ଡା, ସୋନାଲିକା ପାଢୀ, ବସନ୍ତ କୁମାର ପାଣ୍ଡେ, ବୈଜୟନ୍ତୀ ବେହେରା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା     ୦୮ ଗୋଟି ପୋଥି ସଂଗୃହୀତ 

masiha

୫୦ଵର୍ଷରେ ପଦାର୍ପଣ କଲା ଭିତରକନିକାର କୁମ୍ଭୀର ପ୍ରକଳ୍ପ, ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଛି ଗୋରୀ, ମଲ୍ଲୀ, ଶ୍ବେତା ନାମକ କୁମ୍ଭୀର

masiha

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

masiha

Leave a Comment

error: Content is protected !!