ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ବ୍ଳକର ବିଭିନ୍ନ ଗ୍ରାମର ମୋରମ୍ ଓ ମାଟି ରାସ୍ତାକୁ କଂକ୍ରିଟ୍ ରାସ୍ତା କରିବା ପାଇଁ ଅଂଚଳ ବାସୀଙ୍କ ଦାବୀ

ଜାମଦା ବ୍ଳକର ବିଭିନ୍ନ ଗ୍ରାମର ମୋରମ୍ ଓ ମାଟି ରାସ୍ତାକୁ କଂକ୍ରିଟ୍ ରାସ୍ତା କରିବା ପାଇଁ ଅଂଚଳ ବାସୀଙ୍କ ଦାବୀ 

 ମୟୂରଭଞ୍ଜ;ତା/୦୩/୦୯ ( ମସିହା) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବିକାଶ ର ବହୁ ପଛରେ ରହିଛି |ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳ ମାଟି ଓ ମୋରମ୍ ରାସ୍ତା ଗୁଡ଼ିକ ଚଳିତ ବର୍ଷାରେ ଧୋଇ ହୋଇଯାଇଥିବାରୁ ମୁଗୁଦି ଛକରୁ ବଡ଼ାମ ବାଙ୍କ ରାସ୍ତା ପର୍ଯ୍ୟନ୍ତ,କାଣ୍ଡସରରୁ ମୁଗୁଦି ଛକ ପର୍ଯ୍ୟନ୍ତ,ଉପର ଜାମଦାରୁ ଦେଉକୁଣ୍ଡି ଯାଏଁ,ଏବଂ ଲକ୍ଷ୍ମୀପୋଷି ହାଇୱେ ରାସ୍ତାରୁ ସଂଯୋଗ ହେଉଥିବା ମହାନ୍ତ ସାହିର ମାଟି ରାସ୍ତାଟି ଧୋଇହୋଇଯିବାରୁ ଯାନବାହାନ ଚଳାଚଳ କରିବାକୁ ଘୋର ବାଧାବିଘ୍ନ ଦେଖାଦେଇଛି |ଏ ସମସ୍ତ ରାସ୍ତାରେ ବଡ଼ ବଡ଼ ପଥର ଦେଖାଦେଇଛି ଏବଂ ତା’ସହ ଅନେକ ଗୁଡ଼ିଏ ଖାଲ ସୃଷ୍ଟି ହୋଇଛି |ରାସ୍ତା ମରାମତି ଅଭାବରୁ ଶୋଚନୀୟ ହେବା ସହିତ ବହୁ ସମୟରେ ରାସ୍ତାରେ ଦୁର୍ଘଟଣା ମାନ ଘଟୁଛି । ଉକ୍ତ ରାସ୍ତା ଦେଇ ଅନେକ ଜନସାଧାରଣ,ବିଦ୍ୟାର୍ଥୀ ଯାତାୟତ କରିଥାନ୍ତି ।ଏ ସମସ୍ତ ମୋରମ ଓ ମାଟି ରାସ୍ତାକୁ କଂକ୍ରିଟ୍ କରାଗଲେ ବହୁ ଜନସାଧାରଣ ଉପକୃତ ହେବା ସହ ଯାତାୟତ ଯୋଗେ ନିଜ ନିଜ ବେପାରକୁ ଦୃଢ଼ କରିପାରିବେ ବୋଲି ଅଞ୍ଚଳର ଗରିବ ଜନସାଧାରଣ ଓ ୟୁଏସ୍ଆଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ମତ ଦେଇଛନ୍ତି |ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାରେ ରାଜ୍ୟ ଓବିସି ମଞ୍ଚ ଜନଜାଗରଣ ରଥ ଓ ସାଧାରଣ ସଭା

masiha

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

masiha

ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ୧୦ ଦଫା ଦାବି କୁ ନେଇ କନ୍ଧମାଳ ରେ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!