ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଭିନ୍ନ ଦାବି ନେଇ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା :ରାଉରକେଲା ସହରରେ ବ୍ୟାପକ ଭାବରେ ବଢୁଥିବା ଡେଙ୍ଗୁ ର ତଡିତ୍ ପ୍ରତିକାର ପାଇଁ ପ୍ରଶାସନ ପଦକ୍ଷେପ ନେବା, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀ ର ଦରଦାମ ନିୟନ୍ତ୍ରଣ କରିବା,ଥଇଥାନ ନ କରି ବସ୍ତି ଉଛେଦ ବନ୍ଦ କରିବା ଓ ସରକାର ଘୋଷଣା ମୁତାବକ ବାସହୀନ ମାନଙ୍କୁ ୪ ଡିସିମିଲ ଜମିପଟ୍ଟା ପ୍ରଦାନ ପ୍ରଭୃତି ଦାବିରେ ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

   ବିକ୍ଷୋଭ ରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା, ବିମାନ ମାଇତି, ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଆଂଚଳିକ କମିଟି ସଦସ୍ୟ ସୁରେନ୍ଦ୍ର ମହାନ୍ତି, ଏନ୍ ଏନ୍ ପାଣିଗ୍ରାହୀ,ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ଅଜିତ ଏକ୍କା,ଅରୁ ଦାସ,ବସନ୍ତ ପାଢ଼ୀ, ଅନାଦି ସାହୁ ପ୍ରମୁଖ ବିକ୍ଷୋଭ ରେ ବକ୍ତବ୍ୟ ରଖି କହିଥିଲେ ଯେ ରାଉରକେଲା ଓଡ଼ିଶାର ଦ୍ବିତୀୟ ସ୍ମାର୍ଟ ସହର ଓ ଶିଳ୍ପ ନଗରୀ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ରାଉରକେଲା ପ୍ରଶାସନ, ମହାନଗର ନିଗମ ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ମୈ।ଳିକ ସେବା ସୁବିଧା ଯୋଗାଇ ଦେବାରେ ଗୁରୁତ୍ବ ନ ଦେବା ଯୋଗୁଁ ସହରରେ ଡେଙ୍ଗୁ ରେ ସାଧାରଣ ଲୋକେ ଆକ୍ରାନ୍ତ ହୋଇ ଅକାଳରେ ଅନେକ ଜୀବନ ଚାଲି ଗଲାଣି। ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ରାଉରକେଲା ର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସ୍ମାର୍ଟ୍ ସିଟି ର ଡିଣ୍ଡିମ ପିଟିବା ଛଡ଼ା ଡେଙ୍ଗୁ ର ପ୍ରତିକାର ପାଇଁ ସର୍ବନିମ୍ନ ମଶା ଧୁଆଁ ସିଞ୍ଚନ କରିବା,ମଶା ତେଲ ପକାଇବା, ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ରୁ ଜଳ ନିଷ୍କାସନ କରିବା ସହିତ ସଫା କରିବା, ସଚେତନତା କାର୍ଯ୍ୟକ୍ରମ ପ୍ରସାର କରିବା ଓ ବିଭିନ୍ନ ସ୍ଥାନରେ ଡେଙ୍ଗୁ ପରୀକ୍ଷା କେନ୍ଦ୍ର ଖୋଲିବା ଆଦି ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ଓ ସରକାର ଙ୍କ ନିକଟରେ ଦାବି କରିଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବା, ସରକାର ଘୋଷଣା କରିଥିବା ବାସହୀନ ମାନଙ୍କୁ ୪ ଡିସିମିଲ ଜମିପଟ୍ଟା ପ୍ରଦାନ କରିବା, ଥଇଥାନ ନ କରି ବସ୍ତି ଉଛେଦ ବନ୍ଦ କରିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଲୋକଙ୍କୁ ଯୋଗାଇ ଦେବା ଦାବିରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସ୍ମାରକପତ୍ର ରେ ଦାବି କରାଯାଇଛି ଓ ରାଜ୍ୟ ସରକାର ଏ ଦିଗରେ ତଡିତ୍ ପଦକ୍ଷେପ ଗ୍ରହଣ ନ କଲେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ-ବିଜୁ ଶ୍ରମିକ ସାମୁଖ୍ୟ ର ଦୃଢୋକ୍ତି

masiha

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!