ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ ।  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା 

ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ । 

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା 

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ସଚେତନତା ଶିବିର ପରିଦର୍ଶନ 
ଆଦିମ ଜନଜାତି ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ 

ଗୁଣପୁର/ରାୟଗଡା:- ତା:୦୩.୦୮.୨୦୨୪ରିଖ, ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରି ଆଜି ଗୁଣପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।ପ୍ରଥମେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଉପ ଜିଲ୍ଲାପାଳ କିରନ ଦୀପ କୌରଙ୍କ ସହ ଆଲୋଚନା କରିଥିଲେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଉପ ବିଭାଗ ବୁଲି ଦେଖିଥିଲେ । ସେଠାରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଯାଇ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ନଥି ମଗାଇ ସମୀକ୍ଷା କରିଥିଲେ । ପରେ ଗୁଣପୁର ବ୍ଲକ ଅନ୍ତର୍ଗତ କୁଲୁସିଂ ପଞ୍ଚାୟତର ଉଡାପଗରଜଙ୍ଗ ଗ୍ରାମରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ସଚେତନତା ଶିବିରରେ ଯୋଗ ଦେଇଥିଲେ । ପଲ୍ଲୀରେ ପ୍ରଶାସନ ପହଁଚି ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଲୋକାଭିମୁଖୀ କରିବା ସହ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଦ୍ୟୁତ, ଦକ୍ଷତା ବିକାଶ, ଜଙ୍ଗଳଜମି ପଟ୍ଟା, ପାଣି ପଞ୍ଚାୟତ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ, ସ୍ୱୟଂ ସହାୟକ ଗୋଷ୍ଠୀ ପଞ୍ଜିକୃତ, ଆର୍ଥିକ ସାହାଯ୍ୟ ପ୍ରଦାନ ଆଦି ଉପରେ ଆଲୋକପାତ କରିଥିଲେ । ସମସ୍ତ ମହିଳା ସୁଭଦ୍ରା ଯୋଜନାର ସୁବିଧା ପାଇବା ପାଇଁ ଆହ୍ୱାନ ଦେଇଥିଲେ । ଆଦିମ ଅଧିବାସୀ ଲାଞ୍ଜିଆ ସମ୍ପ୍ରଦାୟର ଯୁବକ ନବେଶ ଶବର ନିଟ ପରିକ୍ଷାରେ ଉତ୍ତୀର୍ଣ ହୋଇ ବୁର୍ଲା ଭୀମସାରେ ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅଞ୍ଚଳର ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ନବେଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେପରେ ଜିଲ୍ଲାପାଳ ପୁଟ୍ଟସିଂ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ର ଛାତ୍ରୀ ମାନେ ହଷ୍ଟେଲରେ କିପରି ରହୁଛନ୍ତି, ସେମାନଙ୍କ ଖାଇବା, ପାଠପଢା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ଜଳତାର କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶଗଡା, ନୂଆଗାଁ, ସିନସରି, କୁଲୁସିଂ ଆଦି ଗ୍ରାମରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପ ଜିଲ୍ଲାପାଳ ସୁଶ୍ରୀ କୌର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଜି, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ପୋୖର ନିର୍ବାହୀ ଅଧିକାରୀ ମନୋଜ କୁମାର ତନ୍ତି, ଲାଞ୍ଜିଆ ସୌରା ଉନ୍ନୟନ ପ୍ରକଳ୍ପ ଅଧିକାରୀ ଅସୀମା ରାଓ, ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ଏଇଇ ହରେକୃଷ୍ଣ ପଣ୍ଡା ଆଇଟିଡ଼ିଏ, ବ୍ଲକ, ତହସିଲ ଆଦି କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସାର୍ବଜନୀନ ସେବା ପାଇଁ ୫୦ “ସେଞ୍ଚୁରିଆନ ସାଥୀ”ଙ୍କୁ ସମ୍ମାନିତ 

Sunil Chandra Nayak

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

masiha

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!