ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ତୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାଷ୍ତୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(ତା ୪/୯/୨୪)(ରବି ନାରାୟଣ ମହାନ୍ତି) -ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ରାଷ୍ତୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଝରିଗାଁ ସରକାରୀ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଧରୁଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଯୋଗଦେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମ୍ୱନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।ସେହିପରି ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲଭଦ୍ର ବିଶୋଇ, ସମ୍ମାନୀତ ଅତିଥି ଭାବେ ମଣ୍ଡଳ ସଭାପତି ଗଣପତି ସାହୁ ପ୍ରମୁଖ ଯୋଗଦେଇ ଥିଲେ।ସଭାପତି ଶ୍ରୀ ଧରୁଆ ବିଜ୍ଞାନ ଓ ଗଣିତ ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଏକ ମାଧ୍ୟମ ବୋଲି ମତ ଦେଇଥିଲେ।ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ସହ ଟ୍ରଫି ଓ ଦୁଇଟି ଲେଖାଏ କୁଇଜ ବହି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବିପିନ ବିହାରୀ ନାୟକ ପରିଚାଳନା କରିଥିଲେ।ଉପ କନିଷ୍ଟ ବିଭାଗରେ ଝରିଗାଁ ଭୁତପୂର୍ବ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଭାଗ୍ୟଲକ୍ଷ୍ମୀ ମଲ୍ଲିକ ପ୍ରଥମ ସ୍ଥାନ ପାଇଥିବା ବେଳେ ବରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଗଜାନନ ହରିଜନ ଦ୍ଵତୀୟ ଏବଂ ଛଟାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସ୍ୱାତୀ ସାହା ତୃତୀୟ ସ୍ଥାନ ପାଇଥିଲେ।ସେହିପରି କନିଷ୍ଟ ବିଭାଗରେ ଏକମ୍ବା(ଖ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କଲ୍ୟାଣୀ ପନକା ପ୍ରଥମ ସ୍ଥାନ ପାଇଥିବା ବେଳେ ଝରିଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରିୟାଂଶୁ ଚୌଧୁରୀ ଦ୍ଵତୀୟ ସ୍ଥାନ ଏବଂ ବିକ୍ରମ ମାଠିଆ ତୃତୀୟ ସ୍ଥାନ ପାଇଥିଲେ।ବରିଷ୍ଟ ବିଭାଗରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ଷୀରସିନ୍ଧୁ ଦୁର୍ଗା ପ୍ରଥମ ସ୍ଥାନ ପାଇଥିବା ବେଳେ ହିମାଂଶୁ ହରିଜନ ଦ୍ଵତୀୟ ସ୍ଥାନ ଏବଂ ଝରିଗାଁ ଉଚ୍ଚ ବିଦ୍ୟାଳୟର କବିରାଜ ହରିଜନ ତୃତୀୟ ସ୍ଥାନ ପାଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ବ୍ରଜ କିଶୋର ଦଳାଇ, ସତ୍ୟବ୍ରତ ସ୍ୱାଇଁ,ବିଭୁ ପ୍ରସାଦ ତ୍ରିପାଠୀ,ପଦାରବିନ୍ଦ ମହାଲିକ,ବିପିନ ବିହାରୀ ନାୟକ ପ୍ରମୁଖ ସହ ସମସ୍ତ ସିଆରସିସି ଓ ଶିକ୍ଷକମାନେ ପରିଚାଳନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ସମ୍ମାନ ସହ ବଂଚିବାର ଅଧୀକାର ନାରୀର ଅଛି

Sunil Chandra Nayak

ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ

Leave a Comment

error: Content is protected !!