ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାନପୋଷ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ସଚେତତା କାର୍ଯ୍ୟକ୍ରମ 

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାନପୋଷ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ସଚେତତା କାର୍ଯ୍ୟକ୍ରମ 

ରାଉରକେଲା:ରାଉରକେଲା ସହରର ପାନପୋଷଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ଦୁଇଦିନିଆ ସଚେତତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ଙ୍କ ପରାମର୍ଶ ଏବଂ କ୍ଲବ୍‌ର ସଂଯୋଜକ ଅଧ୍ୟାପକ ଡ. ପ୍ରତାପ କୁମାର ସ୍ବାଇଁଙ୍କ ନେତୃତ୍ବରେ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କିଛି ବର୍ଷ ପୂର୍ବେ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶାବଳୀ ମୁତାବକ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ର ବ୍ୟବହାର ଏବଂ ଏହାର ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଥମ ଦିନରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥିଭାବେ ରାଉରକେଲା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ.ନିବେଦିତା ପ୍ରଧାନ ଯୋଗଦେଇଥିଲେ। ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ ସାମାନ୍ୟ ସୁବିଧା ପାଇଁ ଆମେ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ପଲିଥିନ୍‌, ଥାଳି, କପ୍‌, ପ୍ଲେଟ୍‌ ଆଦି ପରିବେଶ ପ୍ରତି ହାନିକାରକ ଅଟେ ବୋଲି କହିଥିଲେ । ଏହା ସହିତ ଏହିସବୁ ଥରେ ମାତ୍ର ବ୍ୟବହାର ପ୍ଲାଷ୍ଟିକ୍‌ ମଣିଷ ଶରୀର ପାଇଁ ମଧ୍ୟ ହାନିକାରକ ହେବା ସହ ବିଭିନ୍ନ ରୋଗର କାରଣ ହୋଇପାରେ ବୋଲି ଡ. ପ୍ରଧାନ ମତ ରଖିଥିଲେ ।ସଭାରେ ଅଧ୍ୟକ୍ଷତା କରି ପ୍ରଫେସର ବେହେରା ଥରେମାତ୍ର ବ୍ୟବହାର ପ୍ଲାଷ୍ଟିକ୍‌ ସମ୍ପ୍ରତି ଆମ ସମସ୍ତଙ୍କ ଦୈନଦିନ ଜୀବନର ଏକ ବ୍ୟବସ୍ଥାରେ ପରିଣତ ହୋଇଛି ବୋଲି କହିଥିଲେ । ତେଣୁ ଏଥିରୁ ବର୍ତ୍ତିବା ନିମନ୍ତେ ସମସ୍ତ ବର୍ଗର ବ୍ୟକ୍ତିମାନେ ନିଜ ନିଜ ସ୍ତରରେ ଉଦ୍ୟମ କରିବା ପାଇଁ ଆହ୍ବାନ ଦେଇଥିଲେ । ଡ. ସ୍ବାଇଁ ଏହି ଅବସରରେ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କ୍ଲବ୍‌ର ସଦସ୍ୟା ତଥା ଅଧ୍ୟାପିକା ପି ସୋନାଲି ମୌସୁମୀ ସଭାର ସଂଯୋଜନା କରିଥିଲାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନ୍ୟତମ ସଦସ୍ୟା ତଥା ଅଧ୍ୟାପିକା ମନିଷା ନାୟକ । ସଭା ଶେଷରେ ସଦସ୍ୟା ତଥା ଅଧ୍ୟାପିକା ଗ୍ଲାଡ୍ସୀ ବେକ୍ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ର ବ୍ୟବହାର ଏବଂ ଏହାର ପରିଣତି ସମ୍ପର୍କରେ କ୍ଲବ୍‌ର ଛାତ୍ରଛାତ୍ରୀ ଓ ସଦସ୍ୟାମାନେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ଏବଂ ଆଖପାଖ ଅଞ୍ଚଳ ଭ୍ରମଣ କରିଥିଲେ । ଏହି ଶୋଭାଯାତ୍ରା ମାଧ୍ୟମରେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ସମ୍ପର୍କୀୟ ସମସ୍ୟା ସମ୍ପର୍କୀତ ବିଭିନ୍ନ ବାର୍ତ୍ତା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶୋଭାଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର ସମର ମୁଦାଲି ସ୍ବାଗତ ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

ନବ ନିଯୁକ୍ତି ପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ତାଲିମ୍ “ପ୍ରେରଣା ” କାର୍ଯ୍ୟକ୍ରମ

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!