ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

ତା ୫.୯.୨୦୨୪ ରାୟଗଡା //      ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାରୁଲ ପଟ।ୱରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର କଂହର, ରାୟଗଡା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ରାୟଗଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟାନ୍ୟ ବରେଣ୍ୟ ଅତିଥିଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ, ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁ ବିଦ୍ୟାର୍ଥୀଙ୍କ ସହ ସମାଜର ଭବିଷ୍ୟତ ମଧ୍ଯ ନିର୍ମାଣ କରନ୍ତି ଓ ଶିକ୍ଷାର ବିକାଶରେ ଅତୁଳନୀୟ ଅବଦାନ ପାଇଁ ସମସ୍ତ ଗୁରୁଜୀବୃନ୍ଦଙ୍କୁ ଯଥାମାନ୍ୟ ସମ୍ମାନ ଜଣାଇବା ସହ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମାଜର ଭବିଷ୍ୟତ ଗଠନ ହୋଇପାରୁଥିବା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ ଉଦ୍ଦେଶ୍ଯ ଜ୍ଞାପନ ସହ ଗୁରୁ ସର୍ବତ୍ର ପୂଜ୍ଯ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଏଭଳି ଅଭିନବ ପ୍ରୟାସ ଫଳରେ ଜିଲ୍ଲା ସ୍ତରରେ 74 ଜଣ ବିଦ୍ୟାର୍ଥୀଙ୍କୁ ମେଧା ସମ୍ମାନ, ବ୍ଳକ ସ୍ତରରେ 1138 ଜଣ ବିଦ୍ୟାର୍ଥୀଙ୍କୁ ଗୋଷ୍ଠୀ ସ୍ତରୀୟ ମେଧା ସମ୍ମାନ, 245 ଜଣ ଙ୍କୁ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ତଥା ଦଶ ଜଣଙ୍କୁ ଜିଲ୍ଲା ସ୍ତରୀୟ ଆଦର୍ଶ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଉଥିବା କହିଥିଲେ ।  ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କ ପଦାରବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ପ୍ରାରମ୍ଭିକ ସଙ୍ଗୀତରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମସ୍ତ କୃତ୍ତି ବିଦ୍ୟାର୍ଥୀ ତଥା ଆଦର୍ଶ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ରାୟଗଡା ବ୍ଳକରୁ ଜଗଦୀଶ ଦୋରା ଓ ଟି ଇଶ୍ଵର ରାଓ, ବିପିନ ବିହାରୀ ବିଶ୍ଵାଳ, ପଦ୍ମପୁର ରୁ ଦିଲ୍ଲୀପ କୁମାର କର, ଦୁଷ୍ମନ୍ତ କୁମାର ମାଝୀ ମୁନିଗୁଡ଼ା, ରବିନ୍ଦ୍ର କୁମାର ତ୍ରିପାଠୀ କାଶୀପୁର, କେ ମୀନା କୁମାରୀ ଉକାମ୍ଵା, ମୀନା କୁମାରୀ ପଟ୍ଟନାୟକ, ବିଶିକେଶନ ବାଗ କୈଳାସପୁର ଓ ରଞ୍ଜିତ କୁମାର ଗିରି ଶିକରପାଇ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ସମ୍ବର୍ଦ୍ଧିତ ହୋଇଥିଲେ ।   ରାଜ୍ୟ ସ୍ତରୀୟ ଗୁରୁ ଦିବସର ସିଧାପ୍ରସାରଣକୁ ଆଭାସୀ ମାଧ୍ୟମରେ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବେସରକାରୀ ବିଦ୍ୟାଳୟରେ ପୋର୍ଟାଲ୍, ନିପୁଣ ଓଡିଶାର ରାଜ୍ଯ ସ୍ତରୀୟ ଲୋଗୋ ଓ ସଙ୍ଗୀତ ଉନ୍ମୋଚନ, ରାଜ୍ୟ ସ୍ତରୀୟ ମେଧା ବୃତ୍ତି ପୁରସ୍କାର ଓ ଛାତ୍ର ବୃତ୍ତି ବଣ୍ଟନ ଆଦି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। ଶେଷରେ ଜିଲ୍ଲାର ବିଭିନ୍ନ ବ୍ଳକର ବିଦ୍ୟାର୍ଥୀ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମାରୋହ ସ୍ଥଳରେ ଆୟୋଜିତ ଶିକ୍ଷା ଉପକରଣ ଷ୍ଟଲ୍କୁ ଅତିଥି ଉଦଘାଟନ କରିବା ସହ ବୁଲି ଦେଖିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷକ ସଂଘ କର୍ମକର୍ତ୍ତା, ବିଦ୍ୟାଳୟ କମିଟି ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

Sunil Chandra Nayak

କୋଟି କୋଟି ଟଙ୍କା ର ପ୍ରକଳ୍ପ ଅଥଚ ନାହିଁ ଶ୍ରମିକ ଙ୍କ ପାଇଁ ନିଜସ୍ବ ବିଶ୍ରାମ ସ୍ଥଳ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବରିଷ୍ଠ ରାଜଯୋଗୀ ରାଜୁ ଭାଇ

Sunil Chandra Nayak

Leave a Comment

error: Content is protected !!