ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ବସ୍ତରlଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦଣ୍ଡେଶରା ବିଜୟୀ

ମା ବସ୍ତରlଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦଣ୍ଡେଶରା ବିଜୟୀ 

ଝରୀଗାଁ:( ତା ୬/୯/୨୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଧୋଡ୍ରା ଗ୍ରାମ ପଞ୍ଚାୟତ ତେନ୍ତୁଳିଗାଁ ରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ତିନି ଦିନ ଧରି ତେନ୍ତୁଳିଗାଁ ଖେଳ ପଡିଆରେ ଝରୀଗାଁ ବ୍ଲକ ଓ ଉମରକୋଟ ବ୍ଲକ ର ବିଭିନ୍ନ ଗ୍ରାମର ର ଖେଳାଳି ମାନେ ଭାଗ ନେଇଥିଲେ l ଏହି ତ୍ରିବାସୀୟ ଖେଳରେ ଆଖ ପାଖ ଗାଁ ର ଲୋକ ଉପସ୍ଥିତ ରହି ଖେଳର ମଜା ନେଉଥିଲେ l ଆଜି ଦିନ ଦୁଇ ଘଣ୍ଟା ସମୟରେ ପୁରସ୍କାର ବିତରଣ ସଭାରେ ଉକ୍ତ ଖେଳରେ ପ୍ରଥମ ସ୍ଥାନ ଅଧିକାର କରି ଦଣ୍ଡେଶରା ଦଳ, ଦ୍ୱିତୀୟ ସ୍ଥାନ ଅଧିକାର କରି ନିରପଦର ଦଳ ଓ ତୃତୀୟ ସ୍ଥାନ ଅଧିକାର କରି ଚି଼ଙ୍ଗିଡ଼ିଗୁଡା ଦଳଙ୍କୁ ଯଥାକ୍ରମେ ୭୦୦୦ ଟଙ୍କା ଏକ ସୁନ୍ଦର ଟ୍ରପି, ୫୦୦୦ ଟଙ୍କା ଏକ ସୁନ୍ଦର ଟ୍ରଫି ଓ ୩୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଧୋଡ୍ରା ପଞ୍ଚାୟତ ର ସରପଞ୍ଚ ମହେନ୍ଦ୍ର ଭତ୍ରା,ପଞ୍ଚାନନ ଭଭାଲି , ସୁଜନ ଭକ୍ତ,ଶ୍ୟାମଲାଲ ବିଶ୍ୱାସ,ସୁଦିପ ମିର୍ଧା,ମନୁ ରାଜ ଭତ୍ରା, ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ lଏହି ଟୁର୍ଣ୍ଣାମେଣ୍ଟର ସଭାପତି ଗୋବିନ୍ଦ ଭତ୍ରା, ସମ୍ପାଦକ ହରିଦାସ ବୈରାଗୀ, କୋଷାଧ୍ୟକ୍ଷ ଗଣେଶ ଭତ୍ରା ଏମାନେ ତିନି ଦିନ ଧରି ଖେଳ କୁ ପରିଚାଳନା କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ପାଞ୍ଚ ଛାତ୍ରୀ ଜାତୀୟ କ୍ରୀଡ଼ା ସମ୍ମିଳନୀ ପାଇଁ ମନୋନୀତ

Sunil Chandra Nayak

ଅମ୍ବାଦଳାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ

masiha

Leave a Comment

error: Content is protected !!