ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରେ ବୁଡି ମହିଳା ନିଖୋଜ ଘଟଣା, ଆଜି ମୃତଦେହ ଉଦ୍ଧାର 

ନଦୀରେ ବୁଡି ମହିଳା ନିଖୋଜ ଘଟଣା, ଆଜି ମୃତଦେହ ଉଦ୍ଧାର 

ଡାବୁଗାଁ, ୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମ ନିକଟ ଅଙ୍ଗୀ ନଦୀରେ ବୁଧବାର ଅପରାହ୍ନରେ ଜଣେ ମହିଳା ଭାସି ଯାଇ ନିଖୋଜ ହୋଇଥିବା ଘଟଣାରେ ଶୁକ୍ରବାର ମହିଳା ଙ୍କ ମୃତଦେହ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମର ହରି ଭତ୍ରା ଙ୍କ ସ୍ତ୍ରୀ ମୁକ୍ତା ଭତ୍ରା (୪୦) ସୁଭଦ୍ରା ଯୋଜନାରେ ସହାୟତା ରାଶି ପାଇବା ନିମନ୍ତେ ନିଜର ଆଧାର ପରିଚୟ ପତ୍ରରେ ମୋବାଇଲ ନମ୍ବର ଲିଙ୍କ କରିବା ପାଇଁ ବୁଧବାର ଅପରାହ୍ନ ପ୍ରାୟ ୧ ଘ. ସମୟରେ ଘରୁ ବାହାରି ଆସି ଗ୍ରାମ ପାଖ ଅଙ୍ଗୀ ନଦୀ ପାର ହେଉଥିବା ବେଳେ ଗୋଡ ଖସି ଯାଇ ଭାସି ଯାଇଥିଲେ | ପ୍ରାୟ ୨ ଘ ସମୟରେ ସେହି ଗ୍ରାମର ଜଣେ ଲୋକ ନିଜ ଜମିକୁ ଫସଲ ଦେଖିବାକୁ ଆସିଥିଲେ | ନଦୀ କଡରେ ବୁଲିବା ସନାୟରେ ନଦୀରେ ମହିଳା ଭାସୁଥିବା ଦେଖି ଗ୍ରାମବାସୀ ଓ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ଅପରାହ୍ନ ୪ ଘ. ସମୟରେ ଖବର ପାଇ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ରାତ୍ରି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ କିନ୍ତୁ ମହିଳା ଙ୍କ ସନ୍ଧାନ ମିଳି ନଥିଲା | ଏହାପରେ ନଦୀ ପାର୍ଶ୍ଵରେ ଥିବା ବିଭିନ୍ନ ଗ୍ରାମକୁ ଖବର ଡିଯାଇଥିଲା | ଶୁକ୍ରବାର ୧୧ ଘ. ସମୟରେ ଜୁନାପାଣି ଗ୍ରାମର ଉକ୍ତ ମହିଳା ଙ୍କ ମୃତଦେହ ବରକିଗୁଡା ଗ୍ରାମ ପଟରେ ନଦୀରେ ଭାସୁଥିବା ଦେଖି ମହିଳା ଙ୍କ ଗ୍ରାମକୁ ଖବର ଦେଇଥିଲେ | ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ | ପରେ ମୃତକ ଙ୍କ ସ୍ଵାମୀ ହରି ଭତ୍ରା ଅପରାହ୍ନ ୧.୩୦ ଘ. ସମୟରେ ଡାବୁଗାଁ ଥାନାରେ ଏତଲା ଦେବା ସହ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଏହାପରେ ଅଗ୍ନିସମ କେନ୍ଦ୍ର କର୍ମଚାରୀ ଘଟଣାସ୍ଥାରେ ପହଞ୍ଚି ଶବ ଉଦ୍ଧାର କରିଥିଲେ | ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ପହଞ୍ଚି ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବର୍ଷା ପବନରେ ଘର ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ ତିନିଜଣ 

ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଶେଷ ହେବ କେବେ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

masiha

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା 

Sunil Chandra Nayak

Leave a Comment

error: Content is protected !!