ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହ ରେ ସାଇ ଶିବାନୀ ମହାଳିକ ପୁରଷ୍କୃତ

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହ ରେ ସାଇ ଶିବାନୀ ମହାଳିକ ପୁରଷ୍କୃତ

ମୟୂରଭଞ୍ଜ -;ତା/୦୬/୦୯ ( ମସିହା) ତକତପୁର ସ୍ଥିତ ଡ଼କ୍ଟର ଅବଦୁଲ କାଲାମ୍ ପଡିଆରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜନ ହୋଇଯାଇଅଛି। ଏଥିରେ ସମଗ୍ର ଜିଲ୍ଳାରୁ ବିଭିନ୍ନ ବିଭାଗରୁ ସମୁଦାୟ ୨୮୮୬ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରତେକ ବ୍ଲକ ତରଫରୁ ୧୦୦ ଜଣ ଲେଖାଏଁ, ଜିଲ୍ଲା ସ୍ତରୀୟ ଶିକ୍ଷା ବୃତ୍ତିରେ ୨୩୬ ଜଣ, ଜିଲ୍ଲାରୁ ଭାଷାବୃତ୍ତି ପୁରସ୍କାର ୫୫୦ ଜଣ ଓ ଜିଲ୍ଲାରୁ ମେଧାବୃତ୍ତି ପୁରସ୍କାର ୩୮ ଜଣ ପାଇଥିଲେ। ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିଲା ବେଳେ ମୁଖ୍ୟ ଅତିଥିଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ, ଅନ୍ୟତମ ଅତିଥିଭାବେ ମାନନୀୟ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣିଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ନିଜର ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ। ସମସ୍ତ ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଅତୀତର ମହାନ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ। ଜୀବନରେ କଠିନ ପରିଶ୍ରମ କଲେ ଏବଂ ଭବିଷ୍ୟତରେ ଜଣେ ସୁନାଗରିକ ହେବାସହିତ ଜଣେ ଭଲ ଗୁରୁଟିଏ ହେବାପାଇଁ ପରାମର୍ଶ ଦେଇଥିଲେ। ଜାତୀୟ ଗୁରୁ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାରେ ହେଉଥିବା ଏହି ଜିଲ୍ଲା ସ୍ତରୀୟ ଶିକ୍ଷା ପୁରସ୍କାର, ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହକୁ ଆଭାସୀ ମାଧ୍ୟମରେ, ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନ ଠାରେ ଉଦ୍ଘାଟନ କରିବା ସହିତ, ଏକାଗ୍ରତା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସକୁ ପାଥେୟ କରିପାରିଲେ ଜଣେ ନିଶ୍ଚୟ ବଡ଼ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ଏଥିରେ ସାଇ ଶିବାନୀ ମହାଳିକ, ଏମ୍. କେ. ସି. ଉଚ୍ଚ ବିଦ୍ୟାଳୟ ରୁ ଜିଲ୍ଲା ରେ 149 ତମ ସ୍ଥାନରେ ପୁରଷ୍କୃତ ହୋଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାରିକ ସଙ୍ଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

masiha

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

Leave a Comment

error: Content is protected !!