ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

  ରାଉରକେଲା– / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୁଲ୍ୟରେ ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଯୁବ ହଷ୍ଟେଲସ ର ଉପସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବହୁ ସଭ୍ୟ ସଭ୍ୟା ଯୋଗ ଦେଇ ସମ୍ବିଧାନ ପ୍ରଣେତା ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ନିରଞ୍ଜନ ସାମଲ ଡଃ ଆମ୍ବେଦକରଙ୍କ ସଂଘର୍ଷମୟ ଛାତ୍ର ଜୀବନରୁ କିପରି ବିଭିନ୍ନ ମହଲରୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦେଶର ପ୍ରଥମ ପି.ଏଚ.ଡି ହେବାର ସୋଭାଗ୍ୟ ଅର୍ଜନ କରିବା ସହିତ ଦେଶର ପ୍ରଥମ ଆଇନ ମନ୍ତ୍ରୀ ହୋଇପାରିଥିଲେ ତାହାର ଅବତାରଣା କରିଥିଲେ। ଆର୍ ଏସ ପି ର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି,ନୀଳମଣି ମହାପାତ୍ର ଓ ପ୍ରକାଶ ଚନ୍ଦ୍ର ମିଶ୍ର,ପି ବି ସାଜି ଓ ନୀଳମଣି ପରିଡ଼ା ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକର କିପରି ସମାଜର ଅବହେଳିତ ଅନଗ୍ରସର ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରିଥିଲେ ଏବଂ ସେଥିରେ ସଫଳତା ହାସଲ କରି ଏକ ଉଦାହରଣ ସୃଷ୍ଟି କରିଥିଲେ ସେ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଚିତ୍ରା ମଲ୍ଲିକ,ଲୁସି ଦାସ, ସୁଲୋଚନା ମିଶ୍ର, ଶାନ୍ତି ଦାସ, ମିନତୀ ମହାନ୍ତି, ମିନାକ୍ଷୀ ପାଢ଼ୀ, ରୀନା ମହାନ୍ତି,ସଲିଲ ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ସେ କିପରି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଭାଙ୍ଗି ନ ପଡ଼ି ଦୃଢ଼ ମାନସିକତାର ସହିତ କାମ କରି ମରଣୋତ୍ତର ଭାରତରତ୍ନ ପାଇ ପାରିଥିଲେ ତାହା ସ୍ବର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିବ ତଥା ସେ ଚିର ନମସ୍ୟ ହୋଇ ରହିବେ ବୋଲି ମତପ୍ରକାଶ କରିଥିଲେ। ପୂର୍ବରୁ ଉପସଭାପତି ପ୍ରତାପ କୁମାର ସ୍ବାଇଁ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଶେଷରେ ସମରକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଆସନ୍ତା କାଲି ଠାରୁ ଛଅ ଦିନ ଧରି ଗଞ୍ଜାମର ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେଆଇନ୍ କେମ୍ପସ କମିଟି ବିରୋଧରେ ସାମ୍ବାଦିକ ସମ୍ମିଳନୀ, ଗଣଧାରଣା ଚେତାବନୀ ଦେଲେ ଶତାଧିକ ଛାତ୍ରଛାତ୍ରୀ

Sunil Chandra Nayak

ଜଗତସିଂହପୁର ଜିଲ୍ଲା ବ୍ୟାପି ଡାକ-କର୍ମଚାରୀଙ୍କ ଧର୍ମଘଟ

Sunil Chandra Nayak

Leave a Comment

error: Content is protected !!