ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ 

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ 

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ) ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ତାରିଖ ଦିନ ପାଳନ ହୋଇଯାଇଛି। ଉକ୍ତ ଦିବସ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଇଣ୍ଡୋ ଫ୍ଲୋଗେଟ ଲିମିଟେଡ ର ଉପସଭାପତି ବସିର ମହମ୍ମଦ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହା ବ୍ୟତୀତ ପୂର୍ବତନ ଛାତ୍ର ସଂଗଠନ ସଭାପତି ଆଦିତ୍ୟ ମହାପାତ୍ର, ଉପସଭାପତି ପ୍ରଫୁଲ୍ଲ ପ୍ରଧାନ, ଲଳିତେନ୍ଦୁ ମିଶ୍ର, ବୈଲୋଚନ ସାମଲ, ସଜଲ୍ ବାନାର୍ଜୀ,ସମ୍ପାଦକ ଶୁଭେନ୍ଦୁ ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାତ ତ୍ରିପାଠୀ, ସହ କୋଷାଧ୍ୟକ୍ଷ ମନୋଜ ମହାନ୍ତ, ସାଂସ୍କୃତିକ ସମ୍ପାଦକ ପ୍ରସନ୍ନ ଆଚାର୍ଯ୍ୟ, ସାଂଗଠନିକ ସମ୍ପାଦକ୍ ତାପସ ଜେନା, ସାମାଜିକ ମଙ୍ଗଳ ସମ୍ପାଦକ ଅନାଦି ବିଶ୍ଵାଳ , କାର୍ଯ୍ୟକାରୀ ସଦସ୍ୟ ନୀଳ ମାଧବ ପଟ୍ଟନାୟକ, ପଙ୍କଜ ସାମନ୍ତ, ସୁଭାଷିନୀ ଜେନା, ପ୍ରଶାନ୍ତ ପାଣିଗ୍ରାହୀ, ଜୟନ୍ତ ରାଉତରାୟ, ପ୍ରଦୀପ ସାହୁ, ଉପଦେଷ୍ଟା ଚିତ୍ତରଞ୍ଜନ ମିଶ୍ର, ସତ୍ୟନାରାୟଣ ଦାସ, ବସନ୍ତ ସେନାପତି, ଅଜୟ ପୂଜାରୀ,ଛବିତା ଦାସ, ରାମକୃଷ୍ଣ ତ୍ରିପାଠୀ, ପୂର୍ବତନ ଛାତ୍ର ଓ ଅଧୁନା ଆଇଟିଆଇ ର ଅଧ୍ୟକ୍ଷ ଦାମନ ସୋରେନ,ଯୁବ ସଦସ୍ୟ ଅମର ସାହୁ, ଚନ୍ଦ୍ରଶେଖର ସାମଲ,ଅଭିଳାଷ କୁଜୁର୍,ଅନୁପ ମିଞ୍ଜ,ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀଦୀପା ପାତ୍ର ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ଛାତ୍ର ମାନଙ୍କ ଦ୍ଵାରା ଆୟୋଜିତ ବୈଷୟିକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଉକ୍ତସଭା ରେ ମୁଖ୍ୟ ଅତିଥି ଶ୍ରୀ ଟୁଡୁ ଓ ସମ୍ମାନିତ ଅତିଥି ଶ୍ରୀ ମହମ୍ମଦ ଙ୍କୁ ପୂର୍ବତନ ଛାତ୍ର ସଂଗଠନ ତରଫ ରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।ଶ୍ରୀ ମହମ୍ମଦ ପିଲାମାନଙ୍କ ଦ୍ଵାରା ଆୟୋଜିତ ପ୍ରଦର୍ଶନୀ ର ଉଚ୍ଚ ପ୍ରଶଂସା କରିଥିଲେ ଓ କହିଥିଲେ ଆଗକୁ ଏହି କୌଶଳ କୁ ନିଜ ଜୀବନ ରେ ଉପଯୋଗ କରି ଦେଶ ର ସମୃଦ୍ଧି ରେ ଯୋଗ ଦାନ କରନ୍ତୁ। ମୁଖ୍ୟଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଏହି ଅନୁଷ୍ଠାନ ତାଙ୍କୁ କେବଳ ଚାକିରୀ କ୍ଷେତ୍ର ରେ ନୁହେଁ ବରଂ ରାଜନୈତିକ କ୍ଷେତ୍ର ରେ ମଧ୍ୟ ନେତୃତ୍ୱ ନେବା ପାଇଁ ପ୍ରେରଣା ଯୋଗାଇଛି। ଚାକିରୀ ପାଇଁ ଅପେକ୍ଷା ନ କରି ନିଜେ ନେତୃତ୍ୱ ନେବା ଶିଖିବା ଉଚିତ୍ ଏବଂ ସାମଜିକ, ଶିଳ୍ପ ପ୍ରତ୍ୟେକ କ୍ଷେତ୍ର ରେ ନିଜ ଉତ୍କର୍ଷତା ପ୍ରମାଣିତ କରିବା ସହ, ପ୍ରକୃତ ଭଲ ମଣିଷ ଏବଂ ରାଷ୍ଟ୍ର ଭକ୍ତ ହେବା ଉଚିତ୍। ଶ୍ରୀ ମହମ୍ମଦ ତାଙ୍କ କମ୍ପାନୀ ରେ ୟୁଜିଆଇଇ ର ଛାତ୍ର ମାନଙ୍କ ପାଇଁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। ଏହସହ ଅନୁଷ୍ଠାନ ରେ ସ୍କିଲ୍ ଇଣ୍ଡିଆ ଟ୍ରେନିଂ ସେଣ୍ଟର ଖୋଲିବା ପାଇଁ ଉପଦେଶ ଦେଇଥିଲେ। 

ଅନୁଷ୍ଠାନ ର ଅଧ୍ୟକ୍ଷା ପ୍ରଗତି ଦାସ ଅନୁଷ୍ଠାନ ର ଉଚ୍ଚ ମାନ୍ୟତା ବଜାୟ ରଖିଥିବା ଯୋଗୁଁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ସଂଗୀତ କୁ ଉନ୍ମୋଚନ ସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅନୁଷ୍ଠାନର ସଂଗୀତ  ପାଇଁ ଅଧ୍ୟାପିକା ପାରସ୍ମିତା ବିଶ୍ଵାଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁମିତା ସରାଫ ଙ୍କୁ ବିଶେଷ ସମ୍ମାନ ରେ ସମ୍ମାନିତ କରା ହୋଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

Sunil Chandra Nayak

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

Sunil Chandra Nayak

World Environment Day Celebrated at JK Paper Mill in Rayagada

masiha

Leave a Comment

error: Content is protected !!