ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

ଯୋଡ଼ା:–କେନ୍ଦୁଝର ଜିଲ୍ଲାର ଖଣିସହର ଯୋଡ଼ାର ବାନେଇକଳା ଠାରେ ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ ଖୁବ ଧୁମଧାମରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳେ ଗଣେଶ ପୂଜା।ତେବେ ବାନେଇକଳା ସ୍ଥିତ ଯୋଡ଼ାଥାନା ସମ୍ମୁଖରେ ଥିବା ଟିସ୍କୋ କଲୋନୀ ପରିସରରେ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିରାଟକାୟ ଗଣେଶ ମୂର୍ତ୍ତି ପୂଜା ପାଉଥିବା ସାଙ୍ଗକୁ ନାନାଦି ରକମର ଝୁଲା, ଦୋଳି, ମୀନବଜାର, ଚଟପଟା ଖାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ପରିବେଷଣର ଆୟୋଜନ ସମସ୍ତେ ଖୁବ ଆନନ୍ଦରେ ଉପଭୋଗ କରୁଥିବାର ଦେଖିବାକୁ ମିଳେ।ତେବେ ଏହି ବାନେଇକଳାର ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ଯୋଡ଼ାବାସୀଙ୍କ ବ୍ୟତୀତ ବଡ଼ବିଲ, ଭଦ୍ରାସାହି, ବୋଲାଣି, କିରିବୁରୁ, ଜୁରୁଡି, ବାମେବାରୀ, ବିଲେଇପଦା ଏବଂ ଆଖ’ପାଖର ସମସ୍ତ ପଞ୍ଚାୟତ ବାସୀ ଓ ଖଣିବାସୀ ଏହି ମେଳାର ଆନନ୍ଦ ଉପଭୋଗ ପରିବାର ସହ କରୁଥିବାର ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ ଜିଲ୍ଲା ବ୍ୟତୀୟ ରାଜ୍ୟ ବାହାରୁ ମଧ୍ୟ ବହୁ ମୀନବଜାର ବ୍ୟବସାୟୀ ଏହି ମେଳାରେ ନିଜର ଦୋକାନ ବ୍ୟବସାୟ ଆସର ଜମାଇଥିବାର ଦେଖିବାକୁ ମିଳେ। ଏପରିକି ମୀନବଜାର ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂଜା କମିଟିର ସଦସ୍ୟ ଏମାନଙ୍କ ସୁବିଧା ନିମନ୍ତେ ରହିବା ଘର ଯୋଗାଇ ଦେବା ସହ ଗାଧୁଆ ଘର ହାତ ପାହାନ୍ତାରେ ବ୍ୟବସ୍ଥା କରିଥିବାରୁ ବ୍ୟବସାୟୀ ପୂଜା କମିଟିଙ୍କୁ ଭୁରି’ଭୁରି ପ୍ରସଂଶା କରୁଥିବାର ଜାଣିବାକୁ ମିଳେ।ତେବେ ଖଣି ସହର ଯୋଡ଼ାର ବାନେଇକଳା ଠାରେ ଏହିପରି ପୂଜା ସାଙ୍ଗକୁ ମେଳା ଆୟୋଜନକାରୀ କିମିଟିକୁ ସମଗ୍ର ଖଣିବାସୀ ସ୍ୱାଗତଯୋଗ୍ୟ କରନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

masiha

ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ଠାରେ ଗର୍ଭ ସଂସ୍କାର ସମାପନ

masiha

Leave a Comment

error: Content is protected !!