ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

କଟକ : କନ୍ଦରପୁର ପଞ୍ଚାୟତର ଦୁଇ ଦୁଇ ଥର ସରପଞ୍ଚ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ, କନ୍ଦରପୁର ସମବାୟ ସମିତି, କନ୍ଦରପୁର କଲେଜ, କନ୍ଦରପୁର ଠାରେ ପୋଲିସ ଫାଣ୍ଡି, ବଜାର କମିଟି ଇତ୍ୟାଦିର ଅନ୍ୟତମ ପ୍ରତିଷ୍ଠାତା ତଥା ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କନ୍ଦରପୁର ନିକଟସ୍ଥ କମାପୁର ସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ସକାଳ ୬ଟା ୩୦ ମିନିଟ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ବାସଭବନରେ ଦଳମତ ନିର୍ବିଶେଷରେ ବହୁ ଜନସାଧାରଣ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ଇଡକୋ ର ପୂର୍ବତନ ଡିଜିଏମ୍ ପୁଷ୍ପରାଜ୍ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ମାନସ ରଞ୍ଜନ ପ୍ରଧାନ, ସଦର କଂଗ୍ରେସ ନେତା ରାମଚନ୍ଦ୍ର ଗୋଚ୍ଛାୟତ, ଉଗ୍ରସେନ ଭୂୟାଁ, ନିରଞ୍ଜନ ଲେଙ୍କା, ସୀତାକାନ୍ତ ପଣ୍ଡା, ବିଜେଡ଼ି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଳି, ପରମହଂସ ସରପଞ୍ଚ ଅଶୋକ ପାତ୍ର, କନ୍ଦରପୁର ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ, ଯୁବନେତା କାଳନ୍ଦୀ ଚରଣ ସ୍ୱାଇଁ, ରଞ୍ଜିତ ପାତ୍ର, ସଦର ବିଜେପି ପକ୍ଷରୁ କଟକ ଜିଲ୍ଲା ଉପସଭାପତି ନିର୍ମଳ ଚନ୍ଦ୍ର ଦାସ, କନ୍ଦରପୁର ସରପଞ୍ଚ ସୁଭାଷିନୀ ରାଉତ, ବିଘ୍ନେଶ୍ୱର ରାଉତ, ନିରଞ୍ଜନ ରାଉତ, ଯୋଗେନ୍ଦ୍ର ଭୋଇ, କଲେଜ ପକ୍ଷରୁ ଅଧ୍ୟାପକ ଭବାନୀ ଶଙ୍କର ଜେନା, କନ୍ଦରପୁର ସରସ୍ବତୀ ଶିଶୁ ମନ୍ଦିରର ସମ୍ପାଦକ ନବଘନ ରାଉତ, ସାମାଜିକ କର୍ମୀ ଦୀପକ ସାହୁ, ହିତପ୍ରକାସ ପରିଡ଼ା, ରମେଶ ମଲ୍ଲିକ, ସରସ୍ଵତୀ କଳା ପରିଷଦର ସମ୍ପାଦକ ଅଶୋକ ପଟ୍ଟନାୟକ, ବଜାର କମିଟି ପକ୍ଷରୁ ଅଜୟ ପ୍ରଧାନ, ବଦ୍ରିନାଥ ସାହୁ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ସନ୍ତୋଷ ତ୍ରିପାଠୀ, ନାଲୁ ବାବୁ, ସାମ୍ବାଦିକ ତାପସ ରାଉତରାୟ ପ୍ରମୁଖ ଶେଷ ଦର୍ଶନ କରିବା ସହ ସ୍ବର୍ଗତ ସ୍ୱାଇଁଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ନେଇ କନ୍ଦରପୁର ବଜାର, ପଞ୍ଚାୟତ କାର୍ଯ୍ୟାଳୟ,ସମବାୟ ସମିତି କାର୍ଯ୍ୟାଳୟ, ଥାନା ଆଦି ଅଞ୍ଚଳ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ପହଞ୍ଚିବା ପରେ କଂଗ୍ରେସ ଦଳ ପକ୍ଷରୁ ଦଳୀୟ ପତାକା ସମ୍ମାନ ପୂର୍ବକ ତାଙ୍କ ମରଶରୀର ଉପରେ ରଖାଯାଇଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ପୁଅ ଶଙ୍କର ସ୍ୱାଇଁ ମୁଖଗ୍ଣି ଦେଇଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

masiha

Leave a Comment

error: Content is protected !!